ପ୍ରକାଶ ପାଇଲା ICSE ଦଶମ ଓ ଦ୍ବାଦଶ ରେଜଲ୍ଟ

ଭୁବନେଶ୍ବର : ସୋମବାର ପୂର୍ବାହ୍ନ ୧୧ ଟାରେ ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ I କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ । ଏ ନେଇ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଦଶମରେ ୯୯.୦୮% ଓ ଦ୍ବାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। […]

Samaya Live Picture
Published On

ଭୁବନେଶ୍ବର : ସୋମବାର ପୂର୍ବାହ୍ନ ୧୧ ଟାରେ ପ୍ରକାଶ ପାଇଲା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷା ଫଳ I କାଉନସିଲ ଫର ଦି ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା (ସିଆଇଏସ୍‌ସିଇ) ଦ୍ୱାରା ପରିଚାଳିତ ହୋଇଥିବା ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶ ପରୀକ୍ଷାଫଳ ଛାତ୍ରଛାତ୍ରୀମାନେ cisce.org ଏବଂ results.cisce.org ୱେବସାଇଟରେ । ଏ ନେଇ ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ ଦଶମରେ ୯୯.୦୮% ଓ ଦ୍ବାଦଶରେ ୯୮.୯୦% ଛାତ୍ରଛାତ୍ରୀ ପାସ୍ କରିଛନ୍ତି। ଏଥି ସହିତ ଉଭୟ ଦଶମ ଓ ଦ୍ବାଦଶରେ ଛାତ୍ରଙ୍କଠାରୁ ଛାତ୍ରୀଙ୍କ ପାସ୍ ହାର ଅଧିକ ରହିଛି।

ପରୀକ୍ଷା ଫଳରେ ଅସନ୍ତୁଷ୍ଟ ଛାତ୍ରଛାତ୍ରୀମାନେ ରିଚେକିଂ ଏବଂ ପୁନଃ ମୂଲ୍ୟାଙ୍କନ କରିବାକୁ ଆବେଦନ କରିପାରିବେ।ପରୀକ୍ଷା ଫଳ ପ୍ରକାଶ ପାଇବା ପରଠାରୁ ୧୦ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ମାନେ ରିଚେକିଂ ଏବଂ ରିଭାଲୁଏଶନ ପାଇଁ ଆବେଦନ କରିପାରିବେ। ରିଚେକିଂ ପାଇଁ ଗୋଟିଏ ବିଷୟ ପେପର ଲାଗି ୧,୦୦୦ ଟଙ୍କା ଥିବା ବେଳେ ରିଭାଲୁଏଶନ ନିମନ୍ତେ ୧,୫୦୦ ଟଙ୍କା ରହିଛି। ଏହାପରେ ୪ ସପ୍ତାହ ମଧ୍ୟରେ ରିଚେକିଂର ରେଜଲ୍ଟ ବାହାର କରାଯିବ। ସେହିଭଳି ରିଭାଲୁଏଶନ ପାଇଁ ରେଜଲ୍ଟ ପ୍ରକାଶ ପାଇବାର ୨୪ ଘଣ୍ଟା ମଧ୍ୟରେ ଆବେଦନ କରିବାକୁ ପଡ଼ିବ। ଗୋଟିଏ ବିଷୟରେ ରିଚେକିଂ ପାଇଁ ହଜାରେ ଏବଂ ପୁନଃ ମୂଲ୍ୟାଙ୍କନ ପାଇଁ ୧୫ଶହ ଟଙ୍କା ରହିଛି ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନାନୁସାରେ, ଆଇସିଏସ୍‌ଇ ଦଶମ ଏବଂ ଆଇଏସ୍‌ସି ଦ୍ୱାଦଶର କମ୍ପାର୍ଟମେଣ୍ଟ ପରୀକ୍ଷା ଚଳିତବର୍ଷଠାରୁ ବନ୍ଦ ହୋଇଯାଇଛି। ଯେଉଁ ଛାତ୍ରୀଛାତ୍ର ସେମାନଙ୍କ ମାର୍କ/ଗ୍ରେଡ୍‌ରେ ଉନ୍ନତି ଚାହୁଁଥିବେ ସେମାନେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। କିନ୍ତୁ ତାହା ସର୍ବାଧିକ ଦୁଇଟି ବିଷୟରେ ଦେଇହେବ। ଏହି ଏକ୍‌ଜାମିନେଶନ ଜୁଲାଇରେ ଅନୁଷ୍ଠିତ ହେବ ବୋଲି ସିଆଇଏସ୍‌ସିଇ ପକ୍ଷରୁ ସୂଚନା ଦିଆଯାଇଛି।

Tags: