କାର୍ଯ୍ୟରେ ଯୋଗ ଦେଲେ IAS ସୁଜାତା କାର୍ତ୍ତିକେୟନ
ଭୁବନେଶ୍ୱର : କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ୬ ମାସ ଛୁଟିରୁ ଫେରିବା ପରେ ଆଜି (ବୁଧବାର) କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ ସରକାର ଅଗ୍ରାହ୍ୟ କରି କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା। ସୂଚନାନୁସାରେ,ପିଲାଙ୍କ ପାଠପଢା ପାଇଁ ମେ’ ୩୧ରୁ ୬ ମାସ […]
ଭୁବନେଶ୍ୱର : କାର୍ଯ୍ୟରେ ଯୋଗ ଦେଲେ ଆଇଏଏସ୍ ସୁଜାତା କାର୍ତ୍ତିକେୟନ। ଅର୍ଥ ବିଭାଗର ସ୍ଵତନ୍ତ୍ର ସଚିବ ଭାବେ ସେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ୬ ମାସ ଛୁଟିରୁ ଫେରିବା ପରେ ଆଜି (ବୁଧବାର) କାର୍ଯ୍ୟରେ ଯୋଗ ଦେଇଛନ୍ତି। ଗତକାଲି ସୁଜାତାଙ୍କ ସାନି ଛୁଟି ଆବେଦନ ସରକାର ଅଗ୍ରାହ୍ୟ କରି କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ। ଆଉ ୬ ମାସ ଛୁଟିରେ ରହିବାକୁ ଆବେଦନ କରିଥିଲେ ସୁଜାତା।
ସୂଚନାନୁସାରେ,ପିଲାଙ୍କ ପାଠପଢା ପାଇଁ ମେ’ ୩୧ରୁ ୬ ମାସ ଛୁଟିରେ ଥିଲେ ସୁଜାତା କାର୍ତ୍ତିକେୟନ। ତେବେ ନଭେମ୍ବର ୨୬ ସୁଦ୍ଧା ତାଙ୍କର ଛୁଟି ସମାପ୍ତ ପରେ ପୁଣିଥରେ ନିଜର ଛୁଟିକୁ ଆଉ ୬ ମାସ ବୃଦ୍ଧି ପାଇଁ ଆବେଦନ କରିଥିଲେ। ହେଲେ ରାଜ୍ୟ ସରକାର ସୁଜାତା କରିଥିବା ଆବେଦନକୁ ଖାରଜ କରି କାର୍ଯ୍ୟରେ ଯୋଗ ଦେବାକୁ ପରାମର୍ଶ ଦେଇଥିଲେ ।




