ଆଇଏଏସ୍ ନିକୁଞ୍ଜ ଧଳ ନୂଆ SRC ଭାବେ ନିଯୁକ୍ତି ପାଇଲେ
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ପୂର୍ବରୁ ଏସ୍ଆର୍ସି ଦାୟିତ୍ବରେ ଥିବା ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ବିହାରୀ ଧଳଙ୍କୁ ନୂତନ ଏସ୍ଆର୍ସି ଭାବରେ ଦାୟିତ୍ୱ ମିଳିଛି I ୧୯୯୯ ମସିହା ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏସ ନିକୁଞ୍ଜ ବିହାରି ଧଳ ଏବେ […]
ଭୁବନେଶ୍ୱର : ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।ପୂର୍ବରୁ ଏସ୍ଆର୍ସି ଦାୟିତ୍ବରେ ଥିବା ପ୍ରଦୀପ ଜେନା ମୁଖ୍ୟ ଶାସନ ସଚିବ ଭାବେ ନୂଆ ନିଯୁକ୍ତି ପାଇବା ପରେ ନିକୁଞ୍ଜ ବିହାରୀ ଧଳଙ୍କୁ ନୂତନ ଏସ୍ଆର୍ସି ଭାବରେ ଦାୟିତ୍ୱ ମିଳିଛି I
୧୯୯୯ ମସିହା ବ୍ୟାଚ୍ ଓଡ଼ିଶା କ୍ୟାଡର ଆଇଏସ ନିକୁଞ୍ଜ ବିହାରି ଧଳ ଏବେ ଶକ୍ତି ଓ ଅବକାରୀ ବିଭାଗର ସଚିବ ଅଛନ୍ତି। ଏହା ସହିତ ସେ ଗ୍ରୀଡକୋ ଓ ଓଡ଼ିଶା ଷ୍ଟେଟ୍ ବେଭେରେଜ୍ କର୍ପୋରେସନ୍ର ଅଧ୍ୟକ୍ଷ ଅଛନ୍ତି। ସେ ଏବେ ଏସ୍ଆର୍ସି ଦାୟିତ୍ୱ ସହିତ ପୂର୍ବରୁ ତାଙ୍କ ପାଖରେ ଥିବା ସମସ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ସୂଚନା ଦିଆଯାଇଛି।




