ମାନସିକ ଚାପ ଯୋଗୁଁ ନିଖୋଜ ଥିଲି-ତପନ କୁମାର ସାହୁ

କଟକ : ୩ ଦିନ ଧରି ନିଖୋଜ ଥିବା ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଛି ପତ୍ତା I ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଓ ଆନ୍ଧ୍ର ବର୍ଡର ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରଥମେ ଗୋଳନ୍ଥରା ଥାନା ନିଆଯାଇଥିବା ବେଳେ ସେଠାରୁ ବାଙ୍କୀକୁ ଅଣାଯାଇଛି। ବାଙ୍କୀରେ ଧାରା ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି I ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା […]

Samaya Live Picture
Published On

କଟକ : ୩ ଦିନ ଧରି ନିଖୋଜ ଥିବା ବଡମ୍ବା କାନାରା ବ୍ୟାଙ୍କ ମ୍ୟାନେଜରଙ୍କ ମିଳିଛି ପତ୍ତା I ବ୍ୟାଙ୍କ ମ୍ୟାନେଜର ତପନ କୁମାର ସାହୁଙ୍କୁ ଗତକାଲି ଗଞ୍ଜାମ ଓ ଆନ୍ଧ୍ର ବର୍ଡର ଗିରିଶୋଲା ନିକଟରୁ ତାଙ୍କୁ ଠାବ କରାଯାଇଥିଲା। ଏହାପରେ ତାଙ୍କୁ ପ୍ରଥମେ ଗୋଳନ୍ଥରା ଥାନା ନିଆଯାଇଥିବା ବେଳେ ସେଠାରୁ ବାଙ୍କୀକୁ ଅଣାଯାଇଛି। ବାଙ୍କୀରେ ଧାରା ୧୬୧ରେ ତାଙ୍କ ବୟାନ ରେକର୍ଡ କରାଯାଇଛି I ବିଭିନ୍ନ କାରଣରୁ ସେ ଚାପଗ୍ରସ୍ତ ଥିବା ବେଳେ ମନ ହାଲକା କରିବାକୁ ନିଖୋଜ ହୋଇ ଯାଇଥିଲେ। ଏନେଇ ସେ ପୋଲିସ ନିକଟରେ ବୟାନ ଦେଇଛନ୍ତି I ତାପନଙ୍କ ବୟାନ ଅନୁସାରେ ସେ ନିଜ ଇଚ୍ଛାରେ ବିଶାଖାପାଟଣା ପଳାଇଥିବା କଟକ ଆଡିସିନାଲ ଏସପି ସୂଚନା ଦେଇଛନ୍ତି । ତାଙ୍କର କ’ଣ ମାନସିକ ଚାପ ଥିଲା ସେନେଇ ତଦନ୍ତ କରାଯାଉଥିବା ପୋଲିସ ସୂଚନା ଦେଇଛି ।

ସୂଚନାନୁସାରେ,ତପନ କୁମାର ସାହୁଙ୍କ ଘର ବ୍ରହ୍ମପୁର I ସେ ଗତ ୪ ପୂର୍ବରୁ ବିବାହ କରିଥିଲେ I କିନ୍ତୁ ପ୍ରତି ଶନିବାର ଓ ରବିବାର ଛୁଟି ଦିନରେ ତପନ ନିଜ ଘର ବ୍ରହ୍ମପୁର ଯାଇ ସୋମବାରକୁ ଫେରୁଥିଲେ । ସେହିପରି ସେ ଗତ ଶନିବାର ଦିନ ଘରକୁ ଯାଇ ସୋମବାର ବାଇକରେ ଫେରୁଥିବା ବେଳେ ବିଳମ୍ବ ହେବ ବୋଲି ଭାବି ବାଙ୍କୀ କଳାପଥର ଶାଖାକୁ ଯାଇଥିଲେ । ଏହା ପରେ ତାଙ୍କର ଆଉ କୌଣସି ପତ୍ତା ମିଳିନଥିଲା । ମୋବାଇଲ ବି ସୁଇଚ ଅଫ ରହିଥିଲା । ପରିବାର ଲୋକେ ଏ ନେଇ ଥାନାରେ ଅଭିଯୋଗ କରିବା ପରେ ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ।

Tags: