ମନ୍ତ୍ରୀପଦ ପାଇଁ ମୁଁ ଲବି କରିନାହିଁ ,ସୁଶାନ୍ତ ସିଂ
ଭୁବନେଶ୍ୱର : ଆଜି ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ମନ୍ତ୍ରୀପଦ ଆଶାୟୀ ଥିବା ସୁଶାନ୍ତ ସିଂ ଙ୍କୁ ନିରାଶ ହେବାକୁ ପଡିଛି I ଏହାକୁ ନେଇ ତାଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିଛି । ତେବେ ଏନେଇ ଏନେଇ ସୁଶାନ୍ତ ମୁହଁ ଖୋଲିନଥିବା ବେଳେ ତାଙ୍କ ସମର୍ଥକମାନେ ସିଧାସିଧା ଅସନ୍ତୋଷ ଝାଡ଼ିଛନ୍ତି। ସୁଶାନ୍ତ […]
ଭୁବନେଶ୍ୱର : ଆଜି ଶପଥ ନେଇଛନ୍ତି ୩ ନୂଆ ମନ୍ତ୍ରୀ । ବିକ୍ରମ କେଶରୀ ଆରୁଖ, ଶାରଦା ନାୟକ ଓ ସୁଦାମ ମାରାଣ୍ଡି କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏହାସହ ମନ୍ତ୍ରୀପଦ ଆଶାୟୀ ଥିବା ସୁଶାନ୍ତ ସିଂ ଙ୍କୁ ନିରାଶ ହେବାକୁ ପଡିଛି I ଏହାକୁ ନେଇ ତାଙ୍କ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିଛି । ତେବେ ଏନେଇ ଏନେଇ ସୁଶାନ୍ତ ମୁହଁ ଖୋଲିନଥିବା ବେଳେ ତାଙ୍କ ସମର୍ଥକମାନେ ସିଧାସିଧା ଅସନ୍ତୋଷ ଝାଡ଼ିଛନ୍ତି।
ସୁଶାନ୍ତ ସିଂଙ୍କୁ ମନ୍ତ୍ରୀ ପଦ ମିଳିନଥିବାରୁ ଖପ୍ପା ହୋଇଛନ୍ତି ବରଗଡ଼ ଜିଲ୍ଲା ଯୁବ ବିଜେଡି ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ I ସେ କହିଛନ୍ତି, ସୁଶାନ୍ତ ମନ୍ତ୍ରୀ ପଦ ପାଇବେ ବୋଲି ବରଗଡ଼ବାସୀ ଓ ପୂରା ପଶ୍ଚିମ ଓଡ଼ିଶାବାସୀ ଆଶାବାଦୀ ଥିଲେ। ହେଲେ ତାଙ୍କୁ ମନ୍ତ୍ରୀ ପଦ ନମିଳିବାରୁ ଆମେ ସମସ୍ତେ ନିରାଶ ହୋଇଛୁ। ଏହାକୁ ନେଇ ବରଗଡ଼, ବଲାଙ୍ଗିର ଓ ସମ୍ବଲପୁରରେ ଅସନ୍ତୋଷ ସୃଷ୍ଟି ହେଲାଣି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।
ଏ ସମ୍ପର୍କରେ ସୁଶାନ୍ତ ସିଂ କହିଛନ୍ତି ,ମନ୍ତ୍ରୀପଦ ପାଇଁ ସେ କୌଣସି ଲବି କରିନଥିଲେ । କିନ୍ତୁ ମନ୍ତ୍ରୀପଦ ମିଳିବ ବୋଲି ସମର୍ଥକଙ୍କର ଆଶା ଥିଲା । ତାଙ୍କ ସମର୍ଥକକୁ ସେ ବୁଝାସୁଝା କରିଛନ୍ତି । ସେ ତୃଣମୂଳ ସ୍ତରରେ ଲୋକଙ୍କ ପାଇଁ କାମ କରୁଛନ୍ତି । ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ତାଙ୍କ ଉପରେ ଆଶୀର୍ବାଦ ରହିଛି । କିଏ କେଉଁଠି ଅସନ୍ତୋଷ ଥିବ, ମୁଁ ଜାଣିନି। ଯିଏ ମୋ ପାଖକୁ ଆସୁଥିଲେ, ମୁଁ ସେମାନଙ୍କୁ ବୁଝାଇ ଦେଇଛି। ସାର୍ ଆମ କାମ କରିଦେଉଛନ୍ତି ବୋଲି ମୁଁ ସେମାନଙ୍କୁ ବୁଝାଇ ଦେଇଛି। କାହାର କଣ ଥିବ, ବ୍ୟକ୍ତିଗତ ଭାବେ ମୋର କିଛି ଅସନ୍ତୋଷ ନାହିଁ।
ଅନ୍ୟପଟେ ଦୁଇ ଜଣଙ୍କ କଳିରେ ତୃତୀୟ ଜଣଙ୍କ ଲାଭ ହେଲା ବୋଲି ଦଳୀୟ ମହଲରେ ଚର୍ଚ୍ଚା ହେଉଛି I ରାଉରକେଲାର ବିଧାୟକ ଶାରଦା ନାୟକ ଆଜି ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଏଭଳି ଏକ ଚର୍ଚ୍ଚା ହେଉଛି । କାରଣ ୨୦୧୨ରେ ମିଡ୍ ନାଇଟ୍ ଅପରେସନ ପରଠୁ ଶାରଦା ମନ୍ତ୍ରୀ ମଣ୍ଡଳରୁ ବାହାରେ ରହିଥିଲେ ।ଏହାପରେ ୨୦୧୪ରେ ରାଉରକେଲାରୁ ପରାଜିତ ହୋଇଥିଲେ । ତେବେ ୨୦୧୯ରେ ବିଜୟୀ ହୋଇଥିଲେ ମଧ୍ୟ ସୁପ୍ରିମୋଙ୍କ ଭରସା ଜିତିପାରିନଥିଲେ । ଏବେ ନିର୍ବାଚନକୁ ଆଉ ବର୍ଷଟିଏ ବାକି ଥିବା ବେଳେ ସେ ପୁଣିଥରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଭରସା ଜିତିପାରିଛନ୍ତି ବୋଲି ଚର୍ଚ୍ଚା ହେଉଛି ।




