ରାଜ୍ୟସଭା ଦୋୖଡରେ ମୁଁ ନାହିଁ,ସ୍ପଷ୍ଟ କଲେ ମନମୋହନ
ଭୁବନେଶ୍ୱର : ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ ସାମଲ ବୟାନ ଦେଇ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ନିଷ୍ପତ୍ତି ନେବ ବିଜେପି ପାର୍ଲିଆମେଣ୍ଟାରି ପାର୍ଟି । ସୂଚନାନୁସାରେ,ରାଜ୍ୟ ସଭା ଉପନିର୍ବାଚନ ପାଇଁ ଗତ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି ଏବଂ […]
ଭୁବନେଶ୍ୱର : ରାଜ୍ୟସଭା ପ୍ରାର୍ଥୀ ଚୟନ ନେଇ ସ୍ପଷ୍ଟ କଲେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ । ମନମୋହନ ସାମଲ ବୟାନ ଦେଇ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ନିଷ୍ପତ୍ତି ନେବ ବିଜେପି ପାର୍ଲିଆମେଣ୍ଟାରି ପାର୍ଟି ।
ସୂଚନାନୁସାରେ,ରାଜ୍ୟ ସଭା ଉପନିର୍ବାଚନ ପାଇଁ ଗତ ମଙ୍ଗଳବାର ବିଜ୍ଞପ୍ତି ଜାରି ହୋଇଛି। ବର୍ତ୍ତମାନ ନାମାଙ୍କନ ପ୍ରକ୍ରିୟା ଜାରି ରହିଛି ଏବଂ ଏହା ଡିସେମ୍ୱର ୧୦ ତାରିଖ ଯାଏ ଚାଲିବ । ଆସନ୍ତା ୨୦ରେ ନିର୍ବାଚନ ହେବ। ଏହାସହ ୧୧ ତାରିଖରେ ପ୍ରାର୍ଥୀପତ୍ର ଯାଞ୍ଚ ହେବ। ୧୩ ସୁଦ୍ଧା ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ଏହାପରେ ୨୦ରେ ନିର୍ବାଚନ ଅନୁଷ୍ଠିତ ହେବ ।




