ସ୍ତ୍ରୀର ବେକ କାଟି ହତ୍ୟା କରି ସ୍ବାମୀ ଫେରାର
ବାଲେଶ୍ଵର : ପାରିବାରିକ କଳହର କରୁଣ ପରିଣତି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ସ୍ବାମୀ ଫେରାର । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଜୟନ୍ତୀ ପାତ୍ର । ଗତ ବିଳମ୍ବିତ ରାତିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗ୍ରାମରେ । ସକାଳେ ପରିବାର ଲୋକଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ […]
ବାଲେଶ୍ଵର : ପାରିବାରିକ କଳହର କରୁଣ ପରିଣତି । ଧାରୁଆ ଅସ୍ତ୍ରରେ ସ୍ତ୍ରୀର ବେକ କାଟି ସ୍ବାମୀ ଫେରାର । ଘଟଣା ସ୍ଥଳରେ ସ୍ତ୍ରୀର ମୃତ୍ଯୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ଜୟନ୍ତୀ ପାତ୍ର । ଗତ ବିଳମ୍ବିତ ରାତିରେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ରାଇବଣିଆ ଥାନା ଅନ୍ତର୍ଗତ ଚାକୁଆପାଳ ଗ୍ରାମରେ । ସକାଳେ ପରିବାର ଲୋକଙ୍କ ଠାରୁ ଖବର ପାଇଁ ଘଟଣା ସ୍ଥଳରେ ଜଳେଶ୍ବର ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି ।
ସୂଚନା ଅନୁଯାୟୀ ଚାକୁଆପାଳ ଗ୍ରାମର ଚନ୍ଦ୍ର ମୋହନ ପାତ୍ର ଏବଂ ତାଙ୍କ ସ୍ତ୍ରୀ ଜୟନ୍ତୀଙ୍କ ଭିତରେ ଗତକାଲି କୌଣସି କଥାକୁ ନେଇ ଝଗଡା ହୋଇଥିଲା । ଏହା ପରେ ଚନ୍ଦ୍ର ମୋହନ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ଜୟନ୍ତୀଙ୍କ ବେକ କାଟି ଶରୀରରୁ ମୁଣ୍ତକୁ ଅଲଗା କରି ଦେଇଥିଲା । ଯାହା ଫଳରେ ଘଟଣା ସ୍ଥଳରେ ଜୟନ୍ତୀଙ୍କ ମୃତ୍ଯୁ ହୋଇଥିଲା । ଏହା ପରେ ସ୍ବାମୀ ଚନ୍ଦ୍ର ମୋହନ ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । ଖବର ପାଇ ରାଇବଣିଆ ଥାନା ପୋଲିସ ଏବଂ ଜଳେଶ୍ବର ଏସଡିପିଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।




