ସର୍ପାଘାତରେ ସ୍ୱାମୀଙ୍କ ମୃତ୍ୟୁ,ବିଷ ପି’ଦେଲେ ସ୍ତ୍ରୀ

ଜଗତସିଂହପୁର : ସ୍ବାମୀଙ୍କୁ ସର୍ପାଘାତ ଶୁଣି ବିଷ ପି’ଦେଲେ ସ୍ତ୍ରୀ । ନିଆଳି ଏକବେରୁଆଁ ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ନିଆଳି ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ୱାଇଁ ବିଲରୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ସାପ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ […]

ସର୍ପାଘାତରେ ସ୍ୱାମୀଙ୍କ ମୃତ୍ୟୁ,ବିଷ ପି’ଦେଲେ ସ୍ତ୍ରୀ
Samaya Live Picture
Published On

ଜଗତସିଂହପୁର : ସ୍ବାମୀଙ୍କୁ ସର୍ପାଘାତ ଶୁଣି ବିଷ ପି’ଦେଲେ ସ୍ତ୍ରୀ । ନିଆଳି ଏକବେରୁଆଁ ପଞ୍ଚାୟତ ଅଞ୍ଚଳରେ ଅଭାବନୀୟ ଘଟଣା । ଗୁରୁତର ସ୍ତ୍ରୀଙ୍କୁ ପ୍ରଥମେ ଜଗତସିଂହପୁର ମେଡିକାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି । ନିଆଳି ବ୍ଲକ ଏକବାରୁଆ ଗାଁର ସୁରେନ୍ଦ୍ର ସ୍ୱାଇଁ ବିଲରୁ ବାଇଗଣ ତୋଳିବାକୁ ଯାଇଥିବାବେଳେ ସାପ କାମୁଡ଼ି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଜଗତସିଂହପୁର ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସ୍ବାମୀଙ୍କ ମୃତ୍ୟୁ ଖବର ସହିନପାରି ସ୍ତ୍ରୀ ମଞ୍ଜରୀ ସ୍ବାଇଁ ବିଷ ପିଇ ଦେଇଥିଲେ । ଏହି ଘଟଣା ପରେ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

Tags: