ବରକନ୍ୟା ଗାଡି ଦୁର୍ଘଟଣାଗ୍ରସ୍ତ ,୨ ଆହତ
ସୋନପୁର : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ରଠାରେ ଏକ ଗଛରେ ପିଟି ହୋଇଥିଲା। ଫଳରେ ଗାଡ଼ିରେ ଥିବା ବରକନ୍ୟା ଗୁରୁତର ଥିବାରୁ ସେମାନଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହି ଗାଡ଼ିରେ ଥିବା ଆଉ ଚାରି ଜଣ ଆହତଙ୍କୁ ସୋନପୁର ଚିକିତ୍ସାଲୟରେ […]
ସୋନପୁର : ସୋନପୁର-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର କୃଷିବିଜ୍ଞାନ କେନ୍ଦ୍ରଠାରେ ଭୟଙ୍କର ଦୁର୍ଘଟଣା। ବରକନ୍ୟାଙ୍କୁ ନେଇ ଫେରୁଥିବା ଗାଡ଼ି ହେଲା ଦୁର୍ଘଟଣା। ଗାଡ଼ିଟି ବଲାଙ୍ଗୀର ପଟୁ ଆସୁଥିବା ବେଳେ କୃଷିବିଜ୍ଞାନ କେନ୍ଦ୍ରଠାରେ ଏକ ଗଛରେ ପିଟି ହୋଇଥିଲା।
ଫଳରେ ଗାଡ଼ିରେ ଥିବା ବରକନ୍ୟା ଗୁରୁତର ଥିବାରୁ ସେମାନଙ୍କୁ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ବୁର୍ଲା ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେହି ଗାଡ଼ିରେ ଥିବା ଆଉ ଚାରି ଜଣ ଆହତଙ୍କୁ ସୋନପୁର ଚିକିତ୍ସାଲୟରେ ଚିକିତ୍ସା ଚାଲିଛି। ସୂଚନା ଅନୁସାରେ ସମ୍ବଲପୁରରୁ ଗତ କାଲି ବରଯାତ୍ରୀ ଟିଟିଲାଗଡ଼କୁ ଯାଇଥିଲେ।
ବିବାହ ସାରି ଫେରୁଥିବା ବେଳେ ଘଟିଛି ଏପରି ଭୟଙ୍କର ଦୁର୍ଘଟଣା। ବର କନ୍ୟା ହେଲେ ସୋନୁ ପ୍ରଧାନ ଓ ଅନିତା ପ୍ରଧାନ। ବର୍ତ୍ତମାନ ଘଟଣାସ୍ଥଳରେ ସୋନପୁର ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।




