ଗ୍ୟାସ ଲିକ ହୋଇ ଜଳିଗଲେ ସ୍ୱାମୀ ସ୍ତ୍ରୀ
ବୌଦ୍ଧ: ସିଲିଣ୍ଡର ଲିକ ହୋଇ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ ସରପଞ୍ଚ ଓ ତାଙ୍କ ସ୍ତ୍ରୀ । ପ୍ରଥମେ ସ୍ତ୍ରୀ ଙ୍କ ଦେହରେ ନିଆଁ ଲାଗି ଯାଇଥିଲା ରକ୍ଷା କରିବାକୁ ଯାଇ ସ୍ୱାମୀ ମଧ୍ୟ ପୋଡି ହୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ମେହେର ଏବଂ ତାଙ୍କ ପତି ଶ୍ରୀଵନ୍ତ ମେହେର । […]
ବୌଦ୍ଧ: ସିଲିଣ୍ଡର ଲିକ ହୋଇ ଭୟଙ୍କର ଅଗ୍ନିକାଣ୍ଡ । ନିଆଁ ଲାଗି ଜଳିଗଲେ ସରପଞ୍ଚ ଓ ତାଙ୍କ ସ୍ତ୍ରୀ । ପ୍ରଥମେ ସ୍ତ୍ରୀ ଙ୍କ ଦେହରେ ନିଆଁ ଲାଗି ଯାଇଥିଲା ରକ୍ଷା କରିବାକୁ ଯାଇ ସ୍ୱାମୀ ମଧ୍ୟ ପୋଡି ହୋଇ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେଠାରେ ପତ୍ନୀଙ୍କର ମୃତ୍ୟୁ ଘଟିଛି । ମୃତକ ହେଲେ ଶିକ୍ଷୟିତ୍ରୀ ବିଷ୍ନୁପ୍ରିୟା ମେହେର ଏବଂ ତାଙ୍କ ପତି ଶ୍ରୀଵନ୍ତ ମେହେର । ସଙ୍କଟାପନ୍ନ ଅବସ୍ଥାରେ ସ୍ୱାମୀଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସରପଞ୍ଚଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ଅବସ୍ଥା ଏବେ ସଙ୍କଟାପନ୍ନ ଥିବାବେଳେ ଡାକ୍ତରୀ ଟିମ୍ ଚିକିତ୍ସା ଚଳାଇଛି




