ମରିଗଲାଣି ମାନବିକତା,୭ ଗୋରୁଙ୍କୁ ଏସିଡ ମାଡ଼
ବ୍ରହ୍ମପୁର : ମରିଗଲାଣି ମଣିଷପଣିଆ । ପଶୁଠାରୁ ବି ହୀନ ହୋଇଗଲା ମଣିଷ । ଗୋରୁଙ୍କୁ କଲେ ଏସିଡ ମାଡ଼ । ମଣିଷ କଥା ଛାଡ଼ନ୍ତୁ ପଶୁଙ୍କୁ ମଧ୍ୟ ଛାଡିଲେ ନାହିଁ I ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାର ଅଞ୍ଚଳରୁ ଆସିଛି ଏଭଳି ବିଚଳିତ କରିବା ଭଳି ଖବର । ବାଡ଼ିରେ ଗାଈ ପଶିଯିବାରୁ ଜଣେ ବ୍ୟକ୍ତି ଏଭଳି ହିଂସ୍ର ଆଚରଣ କରିଥିବା ଜଣାପଡ଼ିଛି । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ […]
ବ୍ରହ୍ମପୁର : ମରିଗଲାଣି ମଣିଷପଣିଆ । ପଶୁଠାରୁ ବି ହୀନ ହୋଇଗଲା ମଣିଷ । ଗୋରୁଙ୍କୁ କଲେ ଏସିଡ ମାଡ଼ । ମଣିଷ କଥା ଛାଡ଼ନ୍ତୁ ପଶୁଙ୍କୁ ମଧ୍ୟ ଛାଡିଲେ ନାହିଁ I ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାର ଅଞ୍ଚଳରୁ ଆସିଛି ଏଭଳି ବିଚଳିତ କରିବା ଭଳି ଖବର । ବାଡ଼ିରେ ଗାଈ ପଶିଯିବାରୁ ଜଣେ ବ୍ୟକ୍ତି ଏଭଳି ହିଂସ୍ର ଆଚରଣ କରିଥିବା ଜଣାପଡ଼ିଛି । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ ହୋଇଛି ।
ବ୍ରହ୍ମପୁର ଗାନ୍ଧୀନଗର ମାରୁତି ବିହାର ଅଞ୍ଚଳର ଏମ୍ ରାମକ୍ରୀଷ୍ଣା ନାମକ ଜଣେ ବ୍ୟକ୍ତି ଘରେ ଗାଈ ପାଳିଛନ୍ତି । ତାଙ୍କର ଗାଈ ଓ ବାଛୁରୀ ଅନ୍ୟଜଣଙ୍କ ବାଡ଼ିରେ ପଶି ଯାଇଥିଲେ । ଏହି ସମୟରେ ଘରର ମାଲିକ ରାଗି ଯାଇ ଗୋରୁଗୁଡ଼ିକ ଉପରେ ଏସିଡ୍ ଫିଙ୍ଗି ଦେଇଥିଲେ । ଫଳରେ ୭ଟି ଗୋରୁ ଗୁରୁତର ହୋଇପଡ଼ିଥିଲେ । ପଶୁ ଚିକିତ୍ସକ ଚିକିତ୍ସା ଆରମ୍ଭ କରିଛନ୍ତି । ଏମ୍. ରାମକ୍ରୀଷ୍ଣା ଟାଉନ ଥାନାରେ ଅଭିଯୋଗ କରିବା ପରେ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି।




