ଭୁବନେଶ୍ୱର ବିମାନ ବନ୍ଦରରୁ ବିପୁଳ ପରିମାଣର ନିଶା ପଦାର୍ଥ ଜବତ,୨ ମହିଳା ଗିରଫ
ଭୁବନେଶ୍ୱର : ବିମାନ ବନ୍ଦରରୁ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ । ଏହି ଘଟଣାରେ ୨ ମହିଳାଙ୍କୁ ଗିରଫ କରିଛି କଷ୍ଟମ ବିଭାଗ। ୧୯ ଟି ପ୍ୟାକେଟରେ ଚାଲାଣ କରୁଥିଲେ ଗଞ୍ଜେଇ । ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଷ୍ଟମ ବିଭାଗ। ଗତକାଲି ରାତିରେ ବିମାନ ଯୋଗେ କ୍ବାଲାଲାମ୍ପୁରରୁ ଭୁବନେଶ୍ୱର ଆସୁଥିଲେ ଦୁଇ ଜଣ ମହିଳା। ସୂଚନାନୁସାରେ,ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ […]
ଭୁବନେଶ୍ୱର : ବିମାନ ବନ୍ଦରରୁ ୯ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ମାରିଜୁଆନା (ଗଞ୍ଜେଇ ଜାତୀୟ) ଜବତ । ଏହି ଘଟଣାରେ ୨ ମହିଳାଙ୍କୁ ଗିରଫ କରିଛି କଷ୍ଟମ ବିଭାଗ। ୧୯ ଟି ପ୍ୟାକେଟରେ ଚାଲାଣ କରୁଥିଲେ ଗଞ୍ଜେଇ । ଉଭୟଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି କଷ୍ଟମ ବିଭାଗ। ଗତକାଲି ରାତିରେ ବିମାନ ଯୋଗେ କ୍ବାଲାଲାମ୍ପୁରରୁ ଭୁବନେଶ୍ୱର ଆସୁଥିଲେ ଦୁଇ ଜଣ ମହିଳା।
ସୂଚନାନୁସାରେ,ଗତ ୪ ତାରିଖରେ ୨ଜଣ ଭାରତୀୟ ଯାତ୍ରୀ କ୍ୱାଲାଲମ୍ପୁରରୁ ବିମାନରେ ଆସି ଭୁବନେଶ୍ୱରରେ ଓହ୍ଲାଇଥିଲେ। ସେମାନଙ୍କ ହାବଭାବ ଉପରେ ସନ୍ଦେହ ହେବାରୁ ବ୍ୟାଗ୍କୁ ବିମାନବନ୍ଦରରେ ଯାଞ୍ଚ କରାଯାଇଥିଲା। ଉକ୍ତ ବ୍ୟାଗ୍ରୁ ୧୯ଟି ପ୍ୟାକେଟ୍ରେ ଥିବା ସବୁଜ ରଙ୍ଗର ପଦାର୍ଥ ଠାବ କରାଯାଇଥିଲା। ଯାଞ୍ଚ କରିବାରୁ ତାହା ମାରିଜୁନା ବୋଲି ଜଣାପଡ଼ିଥିଲା। ପରେ କଷ୍ଟମ୍ ବିଭାଗ ସଂପୃକ୍ତ ଦୁଇ ମହିଳାଯାତ୍ରୀଙ୍କୁ ହେପାଜତକୁ ନେଇଥିଲା। ଏନ୍ଡିପିଏସ୍ ଆଇନ-୧୯୮୫ ଆଧାରରେ ସେମାନଙ୍କୁ ଗିରଫ କରାଯାଇଛି।




