ବରଗଡ଼ରେ ବିପୁଳ ବେଆଇନ କଫ ସିରପ୍ ଜବତ,୨୦ ଗିରଫ
ସମ୍ବଲପୁର : ତାମିଲନାଡୁରେ କଫ ସିରପ୍ ପିଇ ପିଲାଙ୍କ ମୃତ୍ୟୁ ପରେ ଆକ୍ସନ ମୁଡ଼ରେ ଓଡିଶା ପୋଲିସ । ଆଜି ସମ୍ବଲପୁର ପୁଲିସ ଏକ ବଡ଼ ଧରଣର ଚଢାଉ କରି ୫୧୦୦ ନିଷିଦ୍ଧ କୋରେକ୍ସ କଫ ସିରପ୍ ଜବତ ସହ ୨୦ ଜଣଙ୍କୁ ଗିରଫ କରିଛି । ଏହାର ମୂଲ୍ୟ ପାଖାପାଖି ୧୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏକ ପିକଅପ ଭ୍ୟାନ୍ରୁ କଟକରୁ ସମ୍ବଲପୁରକୁ ଏହି ସବୁ କୋରେକ୍ସ ଆସିଥିବାବେଳେ ବରଗଡ଼ […]
ସମ୍ବଲପୁର : ତାମିଲନାଡୁରେ କଫ ସିରପ୍ ପିଇ ପିଲାଙ୍କ ମୃତ୍ୟୁ ପରେ ଆକ୍ସନ ମୁଡ଼ରେ ଓଡିଶା ପୋଲିସ । ଆଜି ସମ୍ବଲପୁର ପୁଲିସ ଏକ ବଡ଼ ଧରଣର ଚଢାଉ କରି ୫୧୦୦ ନିଷିଦ୍ଧ କୋରେକ୍ସ କଫ ସିରପ୍ ଜବତ ସହ ୨୦ ଜଣଙ୍କୁ ଗିରଫ କରିଛି । ଏହାର ମୂଲ୍ୟ ପାଖାପାଖି ୧୮ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏକ ପିକଅପ ଭ୍ୟାନ୍ରୁ କଟକରୁ ସମ୍ବଲପୁରକୁ ଏହି ସବୁ କୋରେକ୍ସ ଆସିଥିବାବେଳେ ବରଗଡ଼ ପୋଲିସ ଧରିବାରେ ସଫଳ ହୋଇଛି । ତେବେ ପିକଅପ ଭ୍ୟାନକୁ ଗୋଟିଏ କାର୍ ଏସକର୍ଟ ଦେଉଥିବାବେଳେ କାର୍ ମଧ୍ୟ ଜବତ ହୋଇଛି । ଗିରଫ ୨୦ ଜଣଙ୍କ ମଧ୍ୟରୁ ୫ଜଣ ବ୍ୟକ୍ତି ମୁଖ୍ୟ କାର୍ପଟଦାର ବୋଲି ସମ୍ବଲପୁର ଏସପି କହିଛନ୍ତି । ଅଭିଯୁକ୍ତ ମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନୁହେଁ ବରଂ ଏମାନଙ୍କ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସମ୍ବଲପୁର ଏସପି କହିଛନ୍ତି ।




