ପୁରୀରୁ ବିପୁଳ ବ୍ରାଉନ ସୁଗାର ଜବତ , ୨ ଗିରଫ
ପୁରୀ : ଅପରେସନ ଚକ୍ର। ପୁରୀରୁ ଗିରଫ ହେଲେ ୨ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ତାଙ୍କ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି […]
ପୁରୀ : ଅପରେସନ ଚକ୍ର। ପୁରୀରୁ ଗିରଫ ହେଲେ ୨ କୁଖ୍ୟାତ ବ୍ରାଉନ ସୁଗାର ବେପାରୀ । ତାଙ୍କ ନିକଟରୁ ୨୦ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି ପୁରୀ ପୋଲିସ । ଗିରଫ ଦୁଇ ଅଭିଯୁକ୍ତ ହେଲେ ପୁରୀ ନୀଳଚକ୍ର ନଗରର ସୁକାନ୍ତି ପଣ୍ଡା ଏବଂ ଜଳେଶ୍ବର ଅଞ୍ଚଳର ମହମ୍ମଦ ସାଜଦ୍ । ଉଭୟଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ନେଇ ପୁରୀ ଏସ୍ପି ପ୍ରତୀକ ସିଂ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।
ସୂଚନାନୁସାରେ,ପୂଜାରେ ପୁରୀରେ ପର୍ଯ୍ୟଟକଙ୍କ ଭିଡ଼ ଆରମ୍ଭ ହେଇଗଲାଣି । କୌଣସି ଅଘଟଣକୁ ଏଡ଼ାଇବା ପାଇଁ ଅପରେସନ ଚକ୍ର ଅଭିଯାନକୁ ଜୋର ଦାର କରାଯାଇଛି । ତେବେ ନୀଳଚକ୍ର ନଗରରେ ବ୍ରାଉନ ସୁଗାର ବିକ୍ରି ହେଉଥିବା ନେଇ ପୋଲିସ ପାଖରେ ବିଶେଷ ସୂତ୍ରରୁ ଖବର ମିଳିଥିଲା । ସଦର ଥାନା ପୋଲିସ ଟିମ୍ ସେଠାରେ ଚଢ଼ାଉ କରି ବ୍ରାଉନ ସୁଗାର ବିକ୍ରି ଅଭିଯୋଗରେ ସୁକାନ୍ତି ପଣ୍ଡା ଓ ମହମ୍ମଦ ସାଜଦକୁ ଧରିବାରେ ସଫଳ ହୋଇଥିଲା । ଅଭିଯୁକ୍ତଙ୍କ ଠାରୁ ପୋଲିସ ନଗଦ ୫ ହଜାର ୨ ଶହ ଟଙ୍କା, ଗୋଟିଏ ଚାରି ଚକିଆ ଯାନ, ଦୁଇଟି ମୋବାଇଲ୍ ଫୋନ୍ ଜବତ ହୋଇଛି ।




