ବାଣ ଗୋଦାମରେ ଭଭୟଙ୍କର ବିସ୍ଫୋରଣ , ୨ ମୃତ ୧୨ ଗୁରୁତର

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଜିଆକଟା ଗ୍ରାମରେ ଭୟଙ୍କର ବାଣ ବିସ୍ଫୋରଣ । ଏକ ବାଣ ଗୋଦାମରେ ବାଣ ବିସ୍ଫୋରଣ ଘଟିବା ଫଳରେ ୨ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇପଡ଼ିଥିଲେ। ବ୍ୟବସାୟୀ ଆଲୋକଦତ୍ତ କଣ୍ଟିଙ୍କ ୩ଟି ଘର ଉପରେ ପୁଲିସ ପକ୍ଷରୁ ଘନ ଘନ ଚଢ଼ାଉ । ପୁରୁଣାକଟକ ଏସବିଆଇ କଲୋନୀରେ ଥିବା ଆଲୋକଦତ୍ତ କଣ୍ଟିଙ୍କ ବାସଭବନ ସହ ରୁଗୁଡିପାଲି ସ୍ଥିତି ଭଉଣୀଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା ଏହି […]

ବାଣ ଗୋଦାମରେ ଭଭୟଙ୍କର ବିସ୍ଫୋରଣ , ୨ ମୃତ ୧୨ ଗୁରୁତର
Samaya Live Picture
Published On

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଲକର ଜିଆକଟା ଗ୍ରାମରେ ଭୟଙ୍କର ବାଣ ବିସ୍ଫୋରଣ । ଏକ ବାଣ ଗୋଦାମରେ ବାଣ ବିସ୍ଫୋରଣ ଘଟିବା ଫଳରେ ୨ଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଗୁରୁତର ହୋଇପଡ଼ିଥିଲେ। ବ୍ୟବସାୟୀ ଆଲୋକଦତ୍ତ କଣ୍ଟିଙ୍କ ୩ଟି ଘର ଉପରେ ପୁଲିସ ପକ୍ଷରୁ ଘନ ଘନ ଚଢ଼ାଉ । ପୁରୁଣାକଟକ ଏସବିଆଇ କଲୋନୀରେ ଥିବା ଆଲୋକଦତ୍ତ କଣ୍ଟିଙ୍କ ବାସଭବନ ସହ ରୁଗୁଡିପାଲି ସ୍ଥିତି ଭଉଣୀଙ୍କ ଘରେ ଏକକାଳୀନ ଚଢ଼ାଉ କରାଯାଇଥିଲା ଏହି ଠିକଣା ଗୁଡ଼ିକରୁ ଶହ ଶହ ଟ୍ରକ ବାଣ ଜବତ କରାଯାଇଛି । ଏସପିଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧ ଏସଡ଼ିପିଓ, ୨ଜଣ ଆଇଆଇସି, ଜଣେ ଏସଆଇଙ୍କ ସହ ପୋଲିସ୍ ଫୋର୍ସ ଓ ଅଗ୍ନିଶମ ବିଭାଗର ଏକ ଟିମ୍ ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

ଆଲୋକ କଣ୍ଟିଙ୍କ ପୁରୁଣାକଟକ ସ୍ଥିତ ନ୍ୟୁ କଲୋନି, ପୁରୁଣାକଟକର ଜେନା ସାହି ଓ କଲେଜ ଛକଠାରେ ଥିବା ବାଣଗୋଦାମରେ ଚଢ଼ାଉ କରିଛି। ପୋଲିସ ପକ୍ଷରୁ ବାଣ ଗୋଦାମଗୁଡ଼ିକରେ ଦମକଳ ବାହିନୀ ସହାୟତାରେ ପାଣି ମାରିବା ପରେ ବାଣଗୁଡିକ ଜବତ କରିଛି। ଜବତ ବାଣଗୁଡ଼ିକ ଏତେ ପରିମାଣରେ ପିକଅପ୍‌ ଗାଡି ଓ ଟ୍ରକ୍‌ ସାହାଯ୍ୟରେ ବୌଦ୍ଧ ରିଜର୍ଭ କାର୍ଯ୍ୟାଳୟକୁ ନେଇ ସେଠାରେ ନଷ୍ଟ କରିଥିବା ଜଣାପଡ଼ିଛି।

ସୂଚନାନୁସାରେ, ଆଲୋକଦତ୍ତ ପୁରୁଣାକଟକ ସ୍ଥିତ ନ୍ୟୁ କଲୋନିରେ ଥିବା ମାଗି ପ୍ରଧାନଙ୍କ ଘରକୁ ଭଡ଼ାରେ ନେଇ ବାଣ ଗୋଦାମ ଚଳାଇଥିଲେ । ଗତକାଲି ଏଠାରେ ବାଣ ଭୟଙ୍କର ବାଣ ବିସ୍ଫୋରଣ ଘଟି ୨ଜଣଙ୍କ ମୃତ୍ୟୁ ଘଟିଥିଲା। ଜଣେ ମହିଳା ନିଖୋଜ ରହିଥିବା ବେଳେ ୮ରୁ ଅଧିକ ଗୁରୁତର ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ।

Tags: