ବିପୁଳ ପରିମାଣରେ ନୋଟ ଜବତ

ବରଗଡ଼ : ନିର୍ବାଚନ ପୂର୍ବରୁ କୌଣସି ଅଘଟଣର ଆଶଙ୍କା ନେଇ ଜୋରଦାର ଚାଲିଛି ଗାଡି ଚେକିଂ I ଚେକିଂ ସମୟରେ ବରଗଡ଼ ସୋହେଲାର ଏକ ବୋଲେରୋରୁ ବିପୁଳ ପରିମାଣରେ ନୋଟ ଜବତ ହୋଇଛି I ଗତକାଲି ବରଗଡ଼ ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ଚାଲିଥିଲା I ଏହି ସମୟରେ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା ଜବତ କରିଛି। ଏହା ସହିତ ଉକ୍ତ ଗାଡ଼ିରେ ଥିବା ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା […]

Samaya Live Picture
Published On

ବରଗଡ଼ : ନିର୍ବାଚନ ପୂର୍ବରୁ କୌଣସି ଅଘଟଣର ଆଶଙ୍କା ନେଇ ଜୋରଦାର ଚାଲିଛି ଗାଡି ଚେକିଂ I ଚେକିଂ ସମୟରେ ବରଗଡ଼ ସୋହେଲାର ଏକ ବୋଲେରୋରୁ ବିପୁଳ ପରିମାଣରେ ନୋଟ ଜବତ ହୋଇଛି I ଗତକାଲି ବରଗଡ଼ ଲୁହୁରାଚଟି ନାକା ପୋଷ୍ଟରେ ଚେକିଂ ଚାଲିଥିଲା I ଏହି ସମୟରେ ଏକ ଟାଟା ସୁମୋ ଗାଡ଼ି(ନମ୍ବର- ସିଜି୦୪ଏଚପି ୭୯୫୯)ରୁ ସାଢ଼େ ୭ଲକ୍ଷ ଟଙ୍କା ଜବତ କରିଛି। ଏହା ସହିତ ଉକ୍ତ ଗାଡ଼ିରେ ଥିବା ଛତିଶଗଡ଼ ରାଜ୍ୟ ମହାସମୁଦ ଜିଲା ସରାଇପାଲି ଥାନା ବାଲସୀ ଗ୍ରାମ ନିବାସୀ ମୋହିତରାମ ରାତ୍ରେଙ୍କୁ ଅଟକ ରଖି ପଚରାଉଚରା କରୁଛି। ନିର୍ବାଚନ ସହିତ ଜବତ ଟଙ୍କାର ସମ୍ପର୍କ ରହିଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ ଜାରି ରଖିଛି। ଗୁରୁବାର ସନ୍ଧ୍ୟାରେ ସୋହେଲା ପୋଲିସ ଏବଂ ଏବଂ ଏଫ୍‌ଏସ୍‌ଟି ଟିମ୍‌ ଯାଞ୍ଚ କରୁଥିବାବେଳେ ବିପୁଳ ପରିମାଣର ଟଙ୍କା ଜବତ ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

Tags: