ହାୱଡା-ମୁମ୍ବାଇ ଏକ୍ସପ୍ରେସ ଲାଇନ୍‌ଚ୍ୟୁତ୍‌; ୨ ମୃତ, ୨୦ ଗୁରୁତର,୫ ଟ୍ରେନ ବାତିଲ

ଚକ୍ରଧରପୁର : ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ୍‌ I ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନ୍ଚ୍ୟୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଏକ ମାଲବାହୀ ଗାଡିକୁ ଧକ୍କା ଦେଇ ଟ୍ରେନର ୧୮ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରେଳ ଦୁର୍ଘଟଣା ପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ , ଟାଟାନଗର-ଇଟଓ୍ବାରୀ , ସାଲିମାର-ଏଲଟିଏଫ୍ […]

Samaya Live Picture
Published On

ଚକ୍ରଧରପୁର : ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନ୍‌ଚ୍ୟୁତ୍‌ I ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନ୍ଚ୍ୟୁତ ହୋଇଛି ହାୱଡା ମୁମ୍ବାଇ ଏକ୍ସପ୍ରେସ। ଏକ ମାଲବାହୀ ଗାଡିକୁ ଧକ୍କା ଦେଇ ଟ୍ରେନର ୧୮ଟି ବଗି ଲାଇନ୍ଚ୍ୟୁତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣାରେ ୨ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ରେଳ ଦୁର୍ଘଟଣା ପରେ ୫ ଟ୍ରେନ୍ ବାତିଲ ହୋଇଛି। ହାଓ୍ବଡା -ଟିଟଲାଗଡ-କଣ୍ଟାବାଞ୍ଜି ଇସ୍ପାତ୍ ଏକ୍ସପ୍ରେସ୍ , ଖଡଗପୁର-ଧାନବାଦ, ହାଓ୍ବଡା-ବଡବିଲ-ହାଓ୍ବଡା ଜନଶତାଦ୍ଦୀ , ଟାଟାନଗର-ଇଟଓ୍ବାରୀ , ସାଲିମାର-ଏଲଟିଏଫ୍ ଏକ୍ସପ୍ରେସ୍ ବାତିଲ ହୋଇଛି। ଆଉ ୪ଟି ଟ୍ରେନ୍ ବାତିଲ୍ ନେଇ ଦକ୍ଷିଣ ପୂର୍ବ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି।

ସୂଚନାନୁସାରେ,ଆଜି ଭୋର ପ୍ରାୟ ୩ଟା ୪୫ ମିନିଟରେ ଚକ୍ରଧରପୁର ଡିଭିଜନ୍‌ର ରାଜଖରସୁଆଁରୁ ୭ କିମି ଦୂରରେ ଥିବା ବାରାବମ୍ବୋ ଷ୍ଟେଶନ ନିକଟରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ଯୋଗୁ ଟ୍ରେନ୍‌ର ୧୮ଟି ବଗି ଟ୍ରାକ୍‌ରୁ ଖସି ଯାଇଥିବା ଜଣାଯାଇଛି। ତାହା ମଧ୍ୟରେ ୧୬ଟି ଯାତ୍ରୀ ବଗି, ଗୋଟିଏ ପ୍ୟାଣ୍ଟ୍ରି କାର୍ ଓ ପାୱାର କାର୍ ରହିଛି। ତେବେ କେମିତି ଓ କେଉଁ ପରିସ୍ଥିତିରେ ଲାଇଚ୍ୟତ ହେଲା ହାୱଡା-ମୁମ୍ବାଇ ଏକ୍ସପ୍ରେସ ତାହାର ପ୍ରକୃତ କାରଣ ଅସ୍ପଷ୍ଟ ରହିଛି।

ଦୁର୍ଘଟଣା ଖବର ପାଇ ଘଟଣାସ୍ଥଳରେ ଚକ୍ରଧରପୁର ଡିଭିଜନ୍ ADRM ଓ ବରିଷ୍ଠ ରେଳୱେ ଅଧିକାରୀ ପହଞ୍ଚି ସ୍ଥତି ଅନୁଧ୍ୟାନ କରିଛନ୍ତି। ତୁରନ୍ତ ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ଦୁର୍ଘଟଣା ପରେ ବହୁ ଯାତ୍ରୀ ଦୁର୍ଘଟଣାସ୍ଥଳରେ ଅଟକି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର ପାଇଁ ରେଲୱେର ସ୍ପେଶାଲ ଟ୍ରେନ୍‌ ଓ ବସ୍‌ର ବ୍ୟବସ୍ଥା କରାଯାଇଛି। ଆହତଙ୍କ ସମ୍ପର୍କରେ ଅଧିକ ସୂଚନା ଦେବା ନିମନ୍ତେ ହାୱଡା ଷ୍ଟେଶନରେ ଏକ ସ୍ପେଶାଲ କଣ୍ଟ୍ରୋଲ ରୁମ୍‌ ଖୋଲା ଯାଇଛି।

ଏହି ଦୁର୍ଘଟଣା ପରେ ରାଉରକେଲା, ଝାରସୁଗୁଡ଼ା, ଚକ୍ରଧରପୁର, ଟାଟାନଗର ପାଇଁ ହେଲ୍ପଲାଇନ୍ ଜାରି ହୋଇଛି। ରାଉରକେଲା ପାଇଁ ହେଲପ ଲାଇନ୍ ନମ୍ବର- 0661-2501072/2500244/2500191/2500171, ଝାରସୁଗୁଡ଼ା ପାଇଁ ହେଲ୍ପ ଲାଇନ୍ ନମ୍ବର- 06645-272530, ଚକ୍ରଧରପୁର ପାଇଁ ହେଲ୍ପଲାଇନ୍ ନମ୍ବର- 72770, 06587-238072 ଓ ଟାଟାନଗର ପାଇଁ ହେଲ୍ପଲାଇନ୍ ନମ୍ବର- 0657-2290324, RLY-73523

Tags: