ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ,ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫ ଲାଇନ ଓ ଅନ୍ ଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର । ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ। ଅଲଗା ହୋଇଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ ଏପରିକି ବାପା ଠାରୁ ଭିନନେ ହୋଇଥିବା ପୁଅ ଏବଂ ସ୍ୱମୀୟଠାରୁ ଅଲଗା ହୋଇଥିବା […]
ଭୁବନେଶ୍ୱର: ଆଜିଠାରୁ ଆରମ୍ଭ ହେବ ଆବାସ ସର୍ଭେ। ଆବାସ ପୋର୍ଟାଲର ବିଧିବଦ୍ଧ ଲଞ୍ଚ କରିବେ ରାଜ୍ୟ ସରକାର। ଉଭୟ ଅଫ ଲାଇନ ଓ ଅନ୍ ଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ଘର ।
ପ୍ରଥମ ଥର ପାଇଁ ଆଶାୟୀ ଥିବା ହିତାଧିକାରୀ ନିଜେ ନିଜର ସର୍ଭେ କରିପାରିବେ। ଅଲଗା ହୋଇଥିବା ପରିବାର ମଧ୍ୟ ସର୍ଭେରେ ସାମିଲ ହୋଇପାରିବେ ଏପରିକି ବାପା ଠାରୁ ଭିନନେ ହୋଇଥିବା ପୁଅ ଏବଂ ସ୍ୱମୀୟଠାରୁ ଅଲଗା ହୋଇଥିବା ପତ୍ନୀ ମଧ୍ୟ ଆବାସ ପାଇଁ ଆବେଦନ କରିପାରିବେ ବୋଲି ସରକାରଙ୍କ ତରଫରୁ ସୂଚନା ଦିଆଯାଇଛି । ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଯେଉଁସବୁ ମାନଦଣ୍ଡ ଥିଲା। ସେଥିରେ କୋହଳ କରିଛନ୍ତି କେନ୍ଦ୍ର ସରକାର ।
ପିପିଲିରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସର୍ଭେ ଆରମ୍ଭ କରି ଏପରି କହିଲେ ମନ୍ତ୍ରୀ ରବିନାରାୟଣ ନାୟକ। ପ୍ରଥମ ଥର ପାଇଁ ଆଶାୟୀ ପରିବାର ନିଜେ ନିଜର ସର୍ଭେ କରିବେ ବୋଲି ମନ୍ତ୍ରୀ କହିଛନ୍ତି ।
ଏହି ଆବାସ ସର୍ଭେ ପାଖାପାଖି ୨ ମାସ ଚାଲିବ। ଆବାସ ପ୍ଲସ୍ ମୋବାଇଲ୍ ଆପ୍ ଜରିଆରେ ସର୍ଭେ ହେବ। ଉଭୟ ଅଫ୍ଲାଇନ ଏବଂ ଅନଲାଇନରେ ଆବେଦନ କରିପାରିବେ ହିତାଧିକାରୀ। ଦୁଇ ଚକିଆ ଯାନ, ଫିଜ୍ ଏବଂ ଲ୍ୟାଣ୍ଡଲାଇନ୍ ଫୋନ୍ ଥିବା ପରିବାର ମଧ୍ୟ ଏଥର ସର୍ଭେ ତାଲିକାଭୁକ୍ତ ହୋଇପାରିବେ। ସେହିପରି ବାର୍ଷିକ ଆୟ ୧୫ ହଜାର ଟଙ୍କା ଥିଲେ ବି କରି ପାରିବେ ଆବେଦନ।
ଆବେଦନକରୀ ମାନେ ପଞ୍ଚାୟତ ଗୁଡିକରେ ଅଫଲାଇନରେ ଆବେଦନ କରିପାରିବେ କିମ୍ଭା ଅନଲାଇନରେ ମଧ୍ୟ ଆବେଦନ କରିପାରିବେ। ଏଥିପାଇଁ ବିଭାଗ ପଞ୍ଚାୟତ ଗୁଡ଼ିକରେ ପଲ୍ଲୀସଭା କରି ସଚେତନ କରିସାରିଛି।
ଟୋଲ୍ ଫ୍ରି ନମ୍ବର: ଅଧିକ ସହାୟତା ଲାଗି ସରକାର ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରିଛନ୍ତି। ୦୬୭୪-୬୮୧ ୭୭୭୭ରେ ଯୋଗାଯୋଗ କରି ହିତାଧିକାରୀମାନେ ସହାୟତା ପାଇପାରିବେ।
ଅନ୍ୟପଟେ, ଆଜି ପୁରୀ ଜିଲ୍ଲା ଅର୍ଜୁନସିଂପୁର ଗ୍ରାମରୁ ଆରମ୍ଭ ହୋଇଯାଇଛି ପ୍ରଧାମନ୍ତ୍ରୀ ଆବାସ ପାଇଁ ସର୍ଭେ । ମନ୍ତ୍ରୀ ରବି ନାୟକ ଓ ସାଂସଦ ସମ୍ବିତ ପାତ୍ର ଗାଁ ଗାଁ ବୁଲି ଲୋକଙ୍କୁ ଭେଟିଛନ୍ତି ।ଲୋକଙ୍କ ଦୁଃଖ ଶୁଣିବା ପରେ ମନ୍ତ୍ରୀ ରବି ନାୟକ କହିଛନ୍ତି, ଜଗନ୍ନାଥଙ୍କ ମାଟିରେ ପ୍ରଥମେ ସର୍ଭେ ଆରମ୍ଭ ହୋଇଛି




