୫ମ ଦିବସରେ ମଧ୍ୟ ଗୃହ କାର୍ଯ୍ୟ ଠପ,୪ ଟା ଯାଏଁ ମୁଲତବୀ ଘୋଷଣା
ଭୁବନେଶ୍ୱର : ଆଜି ବିଧାନସଭାର ୫ମ କାର୍ଯ୍ୟ ଦିବସ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ନାରାବାଜି ସହ ହୋହଲ୍ଲା କରିଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ଏହାକୁ ନେଇ ଆଜି ମଧ୍ୟ ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ […]
ଭୁବନେଶ୍ୱର : ଆଜି ବିଧାନସଭାର ୫ମ କାର୍ଯ୍ୟ ଦିବସ । ଗୃହ କାର୍ଯ୍ୟ ଆରମ୍ଭରୁ ହିଁ ହଟ୍ଟଗୋଳ କରିଛନ୍ତି ବିରୋଧୀ ବିଜେଡି ସଦସ୍ୟ। ବାଚସ୍ପତିଙ୍କ ପୋଡିୟମ୍ ତଳକୁ ଆସି ପଞ୍ଚାୟତରାଜ ବ୍ୟବସ୍ଥାରେ ଜନପ୍ରତିନିଧିଙ୍କ କ୍ଷମତା ସଂକୁଚିତ କରାଯିବା ପ୍ରତିବାଦରେ ପ୍ଲାକାର୍ଡ ଓ ପୋଷ୍ଟର୍ ଧରି ନାରାବାଜି ସହ ହୋହଲ୍ଲା କରିଛନ୍ତି। ଗତକାଲି ଭଳି ଆଜି ମଧ୍ୟ ଗୃହରେ ଅଚଳାବସ୍ଥା ଦେଖା ଦେଇଛି । ଏହାକୁ ନେଇ ଆଜି ମଧ୍ୟ ଗୃହକୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ ।
ଅନ୍ୟପଟେ ବିଜେଡି ଗୃହ ଚଳାଇ ଦେଉନଥିବା ଅଭିଯୋଗରେ କଂଗ୍ରେସ ପ୍ରତିବାଦ କରିଥିଲା।କଂଗ୍ରେସ ବିଧାୟକମାନେ ନିଜ ନିଜ ଆସନରେ ଠିଆ ହୋଇ ପ୍ରତିବାଦ କରିଛନ୍ତି। ବିଜେଡି ବିଜେପି ଭାଇ ଭାଇ, ବିଧାନସଭା ଚଲାଇ ଦିଅନ୍ତି ନାହିଁ ବୋଲି ବାଚସ୍ପତିଙ୍କ ସାମ୍ନାରେ ପ୍ଲା କାର୍ଡ ଧରି ନାରାବାଜି କରିଥିଲେ କଂଗ୍ରେସ ସଦସ୍ୟ । ମାତ୍ର ୨୧ ମିନିଟ୍ ପ୍ରଶ୍ନକାଳ ଚାଲିବା ପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି ।




