ବିରୋଧୀଙ୍କ ହଟ୍ଟଗୋଳ,ସାଢ଼େ ୧୧ଟା ଯାଏ ମୁଲତବୀ

ଭୁବନେଶ୍ବର: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଚାଲି ପାରିଲା ନାହିଁ ଗୃହ । ବିରୋଧୀଙ୍କ ହୋ ହାଲ୍ଲା ଏବଂ ନାରାବାଜିରେ ଦିନ ୧୧.ଟା ୩୦ ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ । ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସ ଓ ବିଜେଡି ବିଧାୟକ ହଟ୍ଟଗୋଳ […]

Samaya Live Picture
Published On

ଭୁବନେଶ୍ବର: ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ । ଆଜି ବି ଚାଲି ପାରିଲା ନାହିଁ ଗୃହ । ବିରୋଧୀଙ୍କ ହୋ ହାଲ୍ଲା ଏବଂ ନାରାବାଜିରେ ଦିନ ୧୧.ଟା ୩୦ ଯାଏଁ ବିଧାନସଭାକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।

ଦୁଇ ଦିନ ବିରତି ପରେ ଆଜି ପୁଣି ସରଗରମ ହୋଇଥିଲା ବିଧାନସଭା ଅଧିବେଶନ। ଆଜି ମଧ୍ୟ ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଜାତିଭିତ୍ତିକ ଜନଗଣନା ଦାବିରେ କଂଗ୍ରେସ ଓ ବିଜେଡି ବିଧାୟକ ହଟ୍ଟଗୋଳ କରିଛନ୍ତି। ଉଭୟ ବିଜେଡ଼ି ଓ କଂଗ୍ରେସ ଗୃହର ମଧ୍ୟ ଭାଗକୁ ଆସି ପ୍ରବଳ ହଟ୍ଟଗୋଳ କରିବାରୁ ଗୃହ କାର୍ଯ୍ୟ ଅଚଳ ହୋଇଥିଲା। ପରେ ଗୃହକୁ ସାଢ଼େ ୧୧ଟା ଯାଏ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ ।

Tags: