୪ ଟା ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର : ଲଗାତର ୩ ଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଗୁରୁବାର ସ୍ଵାଭାବିକ ଭାବେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବାବେଳେ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଏବଂ ଶାସକ ସଦସ୍ୟ ତାହାର ଉତ୍ତର ଦେଇଛନ୍ତି। ଓଡ଼ିଆ ଅସ୍ମିତା ଏବଂ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ତେବେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ଗୃହରେ ହଟ୍ଟଗୋଳ ହୋଇଥିଲା । ଗୃହରେ ପୋଲଭରମ ପ୍ରସଙ୍ଗ ଉଠାଇ […]

Samaya Live Picture
Published On

ଭୁବନେଶ୍ୱର : ଲଗାତର ୩ ଦିନ ଧରି ହଟ୍ଟଗୋଳ ଲାଗି ରହିବା ପରେ ଗୁରୁବାର ସ୍ଵାଭାବିକ ଭାବେ ଆରମ୍ଭ ହୋଇଥିଲା ଗୃହ କାର୍ଯ୍ୟ। ପ୍ରଶ୍ନକାଳ ସୁରୁଖୁରୁରେ ଚାଲିଥିବାବେଳେ ବିଧାୟକମାନେ ପ୍ରଶ୍ନ କରିଛନ୍ତି ଏବଂ ଶାସକ ସଦସ୍ୟ ତାହାର ଉତ୍ତର ଦେଇଛନ୍ତି। ଓଡ଼ିଆ ଅସ୍ମିତା ଏବଂ ରାଜ୍ୟପାଳଙ୍କ ପୁଅ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ପ୍ରସଙ୍ଗରେ ବିରୋଧୀ ସଦସ୍ୟମାନେ ହୋହଲ୍ଲା କରିଥିଲେ। ତେବେ ପ୍ରଶ୍ନକାଳ ପରେ ଶୂନ୍ୟକାଳରେ ଗୃହରେ ହଟ୍ଟଗୋଳ ହୋଇଥିଲା । ଗୃହରେ ପୋଲଭରମ ପ୍ରସଙ୍ଗ ଉଠାଇ ବିରୋଧୀ ବିଧାୟକ ହଟ୍ଟଗୋଳ କରିବା ସହ ବାଚସ୍ପତିଙ୍କ ମାଇକ୍ ଟାଣିଦେଇଥିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ଆଉ ଏହାପରେ ବାଚସ୍ପତି ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।

ଗୁରୁବାର ଗୃହରେ ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ଟଙ୍କା ଦେବା ନେଇ ଉଦବେଗ ପ୍ରକାଶ କଲେ କଂଗ୍ରେସ ବିଧାୟକ ଦଳ ନେତା। ପୋଲାଭରମ ପ୍ରକଳ୍ପ ପାଇଁ କେନ୍ଦ୍ର ସରକାର ଆନ୍ଧ୍ରକୁ ସହାୟତା ଦେବା ନେଇ ଉଦବେଗ ପ୍ରକାଶ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା । ଏହି ପ୍ରକଳ୍ପ ହେଲେ ଓଡ଼ିଶାର ଅନେକ ଅଞ୍ଚଳ ଜଳମଗ୍ନ ହେବ ବୋଲି ଅଭିଯୋଗ କରିଛନ୍ତି ରାମଚନ୍ଦ୍ର କାଡାମ । ଏହାପରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନପତି କହିଥିଲେ ଯେ, ପୋଲାଭରମକୁ ନେଇ ଗୃହ କମିଟି ଗଠନ କରାଯାଉ । ଗୃହ କମିଟି ଗଠନ ଦାବିରେ ଗୃହରେ କଂଗ୍ରେସ ସଦସ୍ୟଙ୍କ ହୋ ହାଲ୍ଲା କରିଥିଲେ । ପ୍ରତିବାଦ ସମୟରେ ବାଚସ୍ପତିଙ୍କ ମାଇକ ଟାଣି ଦେଇଥିଲେ ବିଧାୟକ ତାରା ବାହିନୀପତି । ଯାହା ପରେ ଗୃହକୁ ପ୍ରଥମେ ୧୫ ମିନିଟ୍ ଏବଂ ପରେ ୪ଟା ଯାଏଁ ମୁଲତବୀ ରଖିଥିଲେ

Tags: