୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ

ଭୁବନେଶ୍ୱର : ହୁତ ହୁତ ହୋଇ ଜଳୁଛି ୧ ନମ୍ବର ହାଟ । ଗୋଟିଏ ପରେ ଗୋଟିଏ ଦୋକାନକୁ ହୁ ହୁ ହୋଇ ମାଡିଚାଲିଛି ନିଆଁ । ଆଜି ଅପରାହ୍ନ ୨ ତା ୩୦ ବେଳେ ହଠାତ ପରିବା ମାର୍କେଟ ଦୋକାନ ଗୁଡିକରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ କର୍ମଚାରୀ। […]

୧ ନମ୍ବର ହାଟରେ ଭୟାବହ ଅଗ୍ନିକାଣ୍ଡ,କାରଣ ଅସ୍ପଷ୍ଟ
Samaya Live Picture
Published On

ଭୁବନେଶ୍ୱର : ହୁତ ହୁତ ହୋଇ ଜଳୁଛି ୧ ନମ୍ବର ହାଟ । ଗୋଟିଏ ପରେ ଗୋଟିଏ ଦୋକାନକୁ ହୁ ହୁ ହୋଇ ମାଡିଚାଲିଛି ନିଆଁ । ଆଜି ଅପରାହ୍ନ ୨ ତା ୩୦ ବେଳେ ହଠାତ ପରିବା ମାର୍କେଟ ଦୋକାନ ଗୁଡିକରେ ନିଆଁ ଲାଗିଯାଇଥିଲା । ତେବେ ଘଟଣାର ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ନିଆଁଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି ଅଗ୍ନିଶମ କର୍ମଚାରୀ। ତେବେ କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡିନାହିଁ । ୫୦ ରୁ ୬୦ ଟି ଦୋକାନକୁ ନିଆଁ ମାଡିଯାଇ ବହୁ ମୂଲ୍ୟବାନ ସାମଗ୍ରୀ ନଷ୍ଟ ହୋଇଥିବା ସୂଚନା ମିଳୁଛି ।

Tags: