ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମଓ୍ବାର୍କ,ଶ୍ରେଣୀଓ୍ବାରୀ ହ୍ବାଟ୍ସଆପ୍ ଗ୍ରୁପ କରିବେ ଶିକ୍ଷକ

ଭୁବନେଶ୍ବର: ଆସନ୍ତା ମେ ମାସ ୬ ରୁ ସ୍କୁଲ ଗୁଡିକରେ ଆରମ୍ଭ ହେବ ଖରା ଛୁଟି । ମେ ୬ ରୁ ଆରମ୍ଭ ହୋଇ ଜୁନ ୧୯ ଯାଏଁ ଛୁଟି ଚାଲିବ । ଏହି ଛୁଟିରେ ଛାତ୍ରଛାତ୍ରୀଙ୍କୁ ହୋମଓ୍ବାର୍କ କରିବାକୁ ଦିଆଯିବ । ତେବେ ଏହି ସମୟରେ ଯେପରି ଛାତ୍ରଛାତ୍ରୀମାନେ ପାଠପଢ଼ାରେ ନିୟୋଜିତ ରହିବେ ସେନେଇ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଯିବ । ହୋମଓ୍ବାର୍କରେ ଯଦି କୌଣସି ସମସ୍ୟା ହୁଏ ତେବେ ସ୍କୁଲ ଶିକ୍ଷକମାନଙ୍କର ସହାୟତା ନେବେ […]

ଖରାଛୁଟିରେ ପିଲାଙ୍କୁ ଦିଆଯିବ ହୋମଓ୍ବାର୍କ,ଶ୍ରେଣୀଓ୍ବାରୀ ହ୍ବାଟ୍ସଆପ୍ ଗ୍ରୁପ କରିବେ ଶିକ୍ଷକ
Samaya Live Picture
Published On

ଭୁବନେଶ୍ବର: ଆସନ୍ତା ମେ ମାସ ୬ ରୁ ସ୍କୁଲ ଗୁଡିକରେ ଆରମ୍ଭ ହେବ ଖରା ଛୁଟି । ମେ ୬ ରୁ ଆରମ୍ଭ ହୋଇ ଜୁନ ୧୯ ଯାଏଁ ଛୁଟି ଚାଲିବ । ଏହି ଛୁଟିରେ ଛାତ୍ରଛାତ୍ରୀଙ୍କୁ ହୋମଓ୍ବାର୍କ କରିବାକୁ ଦିଆଯିବ । ତେବେ ଏହି ସମୟରେ ଯେପରି ଛାତ୍ରଛାତ୍ରୀମାନେ ପାଠପଢ଼ାରେ ନିୟୋଜିତ ରହିବେ ସେନେଇ ଅଭିଭାବକମାନଙ୍କୁ ମଧ୍ୟ ସଚେତନ କରାଯିବ ।

ହୋମଓ୍ବାର୍କରେ ଯଦି କୌଣସି ସମସ୍ୟା ହୁଏ ତେବେ ସ୍କୁଲ ଶିକ୍ଷକମାନଙ୍କର ସହାୟତା ନେବେ । ଏଥିପାଇଁ ଶ୍ରେଣୀଓ୍ବାରୀ ସ୍କୁଲ ଶିକ୍ଷକ ମାନେ କରିବେ ଏକ ହ୍ବାଟ୍ସଆପ୍ ଗ୍ରୁପ । ଏହି ଗ୍ରୁପରେ ଛାତ୍ରଛାତ୍ରୀଙ୍କ ସହିତ ଅଭିଭାବକମାନେ ମଧ୍ୟ ଯୋଡି ହୋଇ ରହିବେ । ସ୍କୁଲ ଛୁଟି ହେବା ପୂର୍ବରୁ ଏଭଳି କରିବେ ଶିକ୍ଷକ ଶିକ୍ଷୟିତ୍ରୀ । ଶିକ୍ଷକମାନେ ହ୍ବାଟ୍ସଆପ ଗ୍ରୁପରେ ପ୍ରଶ୍ନ ଉତ୍ତର ପଠାଇବେ । ଅଭିଭାବକମାନେ ପିଲାମାନଙ୍କୁ ପାଖରେ ବସାଇ ଉକ୍ତ ଶିକ୍ଷା ଦେବେ । ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଅଭିଭାବକ-ଶିକ୍ଷକ ବୈଠକରେ ଏନେଇ ଆଲୋଚନା ହେବ । ଏନେଇ ଯୋଜନା କରିଛି ବିଦ୍ୟାଳୟ ଗଣଶିକ୍ଷା ବିଭାଗ ।

ପ୍ରକାଶଥାଉକି, ଆସନ୍ତା ମେ ୬ ତାରିଖରୁ ଜୁନ ୧୯ ତାରିଖ ଯାଏଁ ଖରାଛୁଟି ହେବ । ଏହି ସମୟରେ ପିଲାଙ୍କୁ କିଭଳି ସଦୁପଯୋଗ କରାଯିବ ସେନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ଯୋଜନା କରାଯାଇଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏକାଡେମିକ୍‌ କ୍ୟାଲେଣ୍ଡର ଅନୁଯାୟୀ, ଆସନ୍ତା ମେ ୬ ତାରିଖରୁ ଜୁନ୍‌ ୧୯ ତାରିଖ ଯାଏ ଖରା ଛୁଟି ହେବ । ଏହି ଖରା ଛୁଟି ସମୟକୁ ପିଲାମାନେ ସଦୁପଯୋଗ କରିବେ । ଛୁଟି ଉପଭୋଗ କରି ପାଠ୍ୟକ୍ରମ ସହ ସଂଯୁକ୍ତ ରହିବେ । ଯେଉଁ ସବୁ ଟାସ୍କ ଦିଆଯିବ ସେ ସବୁକୁ ଏହି ଛୁଟି ସମୟରେ ପୂରା କରିବେ । ଅଭିଭାବକଙ୍କୁ ଶିକ୍ଷକ ହ୍ୱାଟସ୍‌ଆପ୍‌ ଜରିଆରେ ଭିଡିଓ ଆଧାରିତ ଶିକ୍ଷଣ କାର୍ଯ୍ୟ ପଠାଇବେ । ଅଭିଭାବକମାନେ ପିଲାଙ୍କୁ ପାଖରେ ବସାଇ ଭିଡିଓ ମାଧ୍ୟମରେ ଆସିଥିବା ପ୍ରଶ୍ନର ଉତ୍ତର ଦେବା ପାଇଁ ଉତ୍ସାହିତ କରିବେ । ସ୍ମାର୍ଟଫୋନ୍‌ ନ ଥିଲେ କି-ପ୍ୟାଡ୍‌ ଫୋନ୍‌ ଜରିଆରେ ଶିକ୍ଷଣ କାର୍ଯ୍ୟ ମେସେଜ୍‌ କିମ୍ବା ଅଡିଓ ମାଧ୍ୟମରେ ଦିଆଯିବ । ଯଦି କୌଣସି ଅଭିଭାବକଙ୍କର ଫୋନ୍‌ ନ ଥିବ ସେମାନେ ପଡ଼ୋଶୀ କିମ୍ବା ସାଙ୍ଗସାଥିଙ୍କ ସହ ମିଶି ଫୋନ୍‌ରେ ଆସୁଥିବା ଶିକ୍ଷଣ କାର୍ଯ୍ୟ ଅଭ୍ୟାସ କରିବେ । ଛୁଟି ସରିବା ପରେ ଉକ୍ତ ହୋମଓ୍ବାର୍କକୁ ଶିକ୍ଷକଙ୍କୁ ଦେଖାଇବେ ଛାତ୍ରଛାତ୍ରୀ ।

Tags: