ଅସ୍ଥାୟୀ ଭାବରେ ଜେଲ ଜଗିବେ ରହିବେ ହୋମଗାର୍ଡ

ଭୁବନେଶ୍ୱର: ଏଣିକି ଅସ୍ଥାୟୀ ଭାବରେ ଜେଲ ସୁରକ୍ଷାରେ ରହିବେ ହୋମଗାର୍ଡ । ଜେଲରେ ଖାଲି ଥିବା ୱାର୍ଡର ପଦବୀ ପୂରଣ ହେବା ପର୍ଯ୍ୟନ୍ତ ହୋମଗାର୍ଡମାନେ ଜେଲ ଡ୍ୟୁଟି କରିବେ । ଏନେଇ ଜେଲ୍ ବିଭାଗ ପକ୍ଷରୁ ସବୁ ଜିଲ୍ଲାରୁ ଏସପିଙ୍କୁ ଚିଠି ହୋଇଛି । ରାଜ୍ୟରେ ବିଭିନ୍ନ ଜେଲର ୬ ଶହ ୱାର୍ଡର ପଦବୀ ଖାଲି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ପଦବୀ ପୂରଣ କରାଯିବ । ଆବଶ୍ୟକ ପଡ଼ିଲେ ନିୟମିତ ନିଯୁକ୍ତି […]

ଅସ୍ଥାୟୀ ଭାବରେ ଜେଲ ଜଗିବେ ରହିବେ ହୋମଗାର୍ଡ
Samaya Live Picture
Published On

ଭୁବନେଶ୍ୱର: ଏଣିକି ଅସ୍ଥାୟୀ ଭାବରେ ଜେଲ ସୁରକ୍ଷାରେ ରହିବେ ହୋମଗାର୍ଡ । ଜେଲରେ ଖାଲି ଥିବା ୱାର୍ଡର ପଦବୀ ପୂରଣ ହେବା ପର୍ଯ୍ୟନ୍ତ ହୋମଗାର୍ଡମାନେ ଜେଲ ଡ୍ୟୁଟି କରିବେ । ଏନେଇ ଜେଲ୍ ବିଭାଗ ପକ୍ଷରୁ ସବୁ ଜିଲ୍ଲାରୁ ଏସପିଙ୍କୁ ଚିଠି ହୋଇଛି ।

ରାଜ୍ୟରେ ବିଭିନ୍ନ ଜେଲର ୬ ଶହ ୱାର୍ଡର ପଦବୀ ଖାଲି ରହିଛି । ତେଣୁ ସୁରକ୍ଷା ଦୃଷ୍ଟିରୁ ଅସ୍ଥାୟୀ ଭାବେ ପଦବୀ ପୂରଣ କରାଯିବ । ଆବଶ୍ୟକ ପଡ଼ିଲେ ନିୟମିତ ନିଯୁକ୍ତି ହେବା ପର୍ଯ୍ୟନ୍ତ କାର୍ଯ୍ୟ କରିବେ । ବର୍ତ୍ତମାନ ୱାର୍ଡର ପଦବୀ ପୂରଣ ପ୍ରକ୍ରିୟା ଜାରି ରହିଛି ।

ନିକଟରେ ବିଭିନ୍ନ ଜେଲରେ ସୁରକ୍ଷା ବ୍ୟବସ୍ଥା ଢିଲା ଥିବାରୁ କଏଦୀମାନେ ଫେରାର ହୋଇଯାଇଛନ୍ତି । କଟକସ୍ଥିତ ଚୌଦ୍ୱାର ଜେଲରେ ଦୁଇ ହାର୍ଡକୋର୍ କଏଦୀ ଫେରାର ହୋଇଯାଇଥିଲେ । ସେହିପରି ବାଲେଶ୍ୱର ଜିଲ୍ଲା ସୋର ଜେଲରେ ମଧ୍ୟ ଅନୁରୂପ ଘଟଣା ଘଟିଥିଲା ।ରାଜ୍ୟରେ ଥିବା ୮୭ ଟି ଜେଲର ହେବ ବଡ଼ ଧରଣର ସୁରକ୍ଷା ଯାଞ୍ଜ କରାଯାଇଥିଲା । ଉଚ୍ଚସ୍ତରୀୟ ବୈଠକ ପରେ ଜେଲରେ ସୁରକ୍ଷାକୁ ନେଇ ବଡ଼ ନିଷ୍ପତ୍ତି ହୋଇଛି ।

Tags: