ପାଟ୍ରୋଲିଂ ବେଳେ ଅଜଣା ଗାଡି ଧକ୍କାରେ ହୋମଗାର୍ଡ ମୃତ

କେନ୍ଦୁଝର : ରାତ୍ରି ପାଟ୍ରୋଲିଂ ବେଳେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ପୋଲ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ହୋମଗାର୍ଡ ହେଉଛନ୍ତି ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ। ଘଟନାନୁସାରେ,ଗତକାଲି ରାତିରେ ପାଟ୍ରୋଲିଂ କରୁଥିଲେ ସୁରେଶ I ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ […]

Samaya Live Picture
Published On

କେନ୍ଦୁଝର : ରାତ୍ରି ପାଟ୍ରୋଲିଂ ବେଳେ ହୋମଗାର୍ଡଙ୍କ ଉପରେ ମାଡ଼ିଗଲା ଗାଡ଼ି। ଗତକାଲି ବିଳମ୍ବିତ ରାତିରେ ଆନନ୍ଦପୁର ଘଷିପୁରା ଥାନା ଦେଓଗାଁ ପୋଲ ନିକଟରେ ଘଟିଛି ଏହି ମର୍ମନ୍ତୁଦ ଦୁର୍ଘଟଣା । ମୃତ ହୋମଗାର୍ଡ ହେଉଛନ୍ତି ତରିମୂଳ ଗାଁର ସୁରେଶ କୁମାର ରାଉତ । ସେ ଘଷିପୁରା ଥାନାରେ କାର୍ଯ୍ୟରତ ଥିଲେ।
ଘଟନାନୁସାରେ,ଗତକାଲି ରାତିରେ ପାଟ୍ରୋଲିଂ କରୁଥିଲେ ସୁରେଶ I ଏହି ସମୟରେ ଏକ ଲୁହାପଥର ବୋଝେଇ ଟ୍ରକ୍‌ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହୋମଗାର୍ଡଙ୍କ ମୃତ୍ୟୁ ହୋଇଛି। ସେପଟେ ଦୁର୍ଘଟଣା ପରେ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଘଷିପୁରା ଥାନା ପୋଲିସ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇବା ଘଟଣାର ତଦନ୍ତ କରୁଛି।

Tags: