ଅଶୋକାଷ୍ଟମୀ ପାଇଁ ଖୋର୍ଦ୍ଧା ଜିଲ୍ଲାରେ ଛୁଟି ଘୋଷଣା

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ବୁଧବାର ଦିନ ପଡୁଛି ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ I ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ I ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । କେନ୍ଦ୍ରାଞ୍ଚଳ ଆର୍‌ଡିସି ବୁଧବାର ଦିନ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି। ତେଣୁ ଅଶୋକାଷ୍ଟମୀ ଦିନ ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ। ପରମ୍ପରା ଅନୁଯାୟୀ ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ […]

Samaya Live Picture
Published On

ଭୁବନେଶ୍ୱର : ଆସନ୍ତା ୨୯ ତାରିଖ ବୁଧବାର ଦିନ ପଡୁଛି ଲିଙ୍ଗରାଜଙ୍କର ପ୍ରସିଦ୍ଧ ଅଶୋକାଷ୍ଟମୀ I ଏହି ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହୋଇଥାଏ I ଏଥିପାଇଁ ଖୋର୍ଦ୍ଧା ଜିଲ୍ଲା ପାଇଁ ଛୁଟି ଘୋଷଣା କରିଛନ୍ତି ସରକାର । କେନ୍ଦ୍ରାଞ୍ଚଳ ଆର୍‌ଡିସି ବୁଧବାର ଦିନ ପାଇଁ ସ୍ଥାନୀୟ ଛୁଟି ଘୋଷଣା କରିଛନ୍ତି। ତେଣୁ ଅଶୋକାଷ୍ଟମୀ ଦିନ ଖୋର୍ଦ୍ଧା ଜିଲ୍ଲାର ସବୁ ସରକାରୀ ଅଫିସ ଛୁଟି ରହିବ।

ପରମ୍ପରା ଅନୁଯାୟୀ ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ଚଢି ରାମେଶ୍ୱର ମନ୍ଦିରକୁ ଯିବେ। ରୁକୁଣା ରଥକୁ ଅଣଲେଉଟା କୁହା ଯାଏ ଅର୍ଥାତ ରଥକୁ ମୋଡ଼ ନ ବୁଲାଇ ଅପରପାର୍ଶ୍ବରେ ଦ୍ୱାର ଖୋଲାଯାଇଥାଏ I ଦୁଇ ତାରିଖରେ ପ୍ରଭୁଙ୍କ ବାହୁଡ଼ା ଯାତ୍ରା ହେବ। ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। କାର୍ଯ୍ୟସୂଚୀ ଅନୁସାରେ ୨୯ ତାରିଖ ସକାଳ ୫ଟାରେ ମଙ୍ଗଳ ଆଳତି କରାଯିବ। ଦିନ ପ୍ରାୟ ସାଢ଼େ ଗୋଟାଏରେ ଶ୍ରୀଲିଙ୍ଗରାଜଙ୍କୁ ରଥାରୂଢ଼ କରାଯିବ। ତା’ପରେ ମହାପ୍ରଭୁଙ୍କ ରଥଟଣା ହେବ।

ଅନ୍ୟପଟେ ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରାକୁ ଦୃଷ୍ଟିରେ ରଖି କମିସନରେଟ୍‌‌ ପୁଲିସ ପକ୍ଷରୁ ଗତ ଶନିବାର ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଶୃଙ୍ଖଳିତ ରଥଟଣା ଓ ଟ୍ରାଫିକ୍‌ ପରିଚାଳନାକୁ ଗୁରୁତ୍ୱ ଦିଆଯାଇଛି। ନିର୍ଦ୍ଧାରିତ ସମୟ ଓ ଶୃଙ୍ଖଳିତ ନୀତିକାନ୍ତି ନେଇ ବୈଠକରେ ବିସ୍ତୃତ ଭାବେ ଆଲୋଚନା ହୋଇଛି।

Tags: