ଭୁବନେଶ୍ୱର ପହଞ୍ଚି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ହକି ତାରକା ଅମିତ ରୋହିଦାସ
ଭୁବନେଶ୍ୱର : ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ । ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ଭାରତୀୟ ହକି ଟିମ । ଶୁକ୍ରବାର ସକାଳେ ଓଡିଶା ଫେରିଛନ୍ତି ଭାରତୀୟ ହକି ଦଳର ଏଲ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ । ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କ୍ରୀଡା ବିଭାଗ ପକ୍ଷରୁ ଅମିତ ରୋହିଦାସଙ୍କୁ ସ୍ବାଗତ କରାଯାଇଛି । ଅମିତ ରୋହିଦାସ କହିଛନ୍ତି, ପଦକ ବିଜୟୀ ହୋଇ ଓଡ଼ିଶାକୁ […]
ଭୁବନେଶ୍ୱର : ଶେଷ ହୋଇଛି ପ୍ୟାରିସ ଅଲିମ୍ପିକ । ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅଲିମ୍ପିକରେ କାଂସ୍ୟ ପଦକ ବିଜେତା ଭାରତୀୟ ହକି ଟିମ । ଶୁକ୍ରବାର ସକାଳେ ଓଡିଶା ଫେରିଛନ୍ତି ଭାରତୀୟ ହକି ଦଳର ଏଲ ମାତ୍ର ଓଡ଼ିଆ ଖେଳାଳି ଅମିତ ରୋହିଦାସ । ବିମାନବନ୍ଦରରେ ତାଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କ୍ରୀଡା ବିଭାଗ ପକ୍ଷରୁ ଅମିତ ରୋହିଦାସଙ୍କୁ ସ୍ବାଗତ କରାଯାଇଛି । ଅମିତ ରୋହିଦାସ କହିଛନ୍ତି, ପଦକ ବିଜୟୀ ହୋଇ ଓଡ଼ିଶାକୁ ଫେରିଥିବାରୁ ଗର୍ବ ଲାଗୁଛି । ଭୁବନେଶ୍ଵର ଏକାମ୍ର ବିଧାୟକ ବାବୁ ସିଂହଙ୍କ ସମେତ ବିଭିନ୍ନ ସଂଗଠନ ପକ୍ଷରୁ ଅମିତଙ୍କୁ ସ୍ଵାଗତ କରାଯାଇଥିଲା।
ଅଲିମ୍ପିକ୍ସରେ ଭାରତୀୟ ଦଳର ସଫଳତା ପରେ ରାଜ୍ୟ ସରକାର ଅମିତଙ୍କ ପାଇଁ ୪ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଏହା ସହତ ଟିମ୍ର ଅନ୍ୟ ଖେଳାଳି ଏବଂ କର୍ମଚାରୀମାନଙ୍କ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୦ ଲକ୍ଷ ଏବଂ ୧୫ ଲକ୍ଷ ଟଙ୍କା ଲେଖାଏ ପୁରସ୍କାର ରାଶି ଘୋଷଣା କରାଯାଇଛି।
ଓଡ଼ିଶାରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଛନ୍ତି ଅମିତ ରୋହିଦାସ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଅମିତ ନିଜ ସାଙ୍ଗରେ ଆଣିଥିବା ସାଥୀ ଖେଳାଳିଙ୍କ ଦସ୍ତଖତ ସମ୍ବଳିତ ଏକ ଜର୍ସିକୁ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। ଏହି ସମୟରେ ଅନ୍ୟାନ୍ୟ ମନ୍ତ୍ରୀ ଏବଂ ଅଧିକାରୀ ଉପସ୍ଥିତ ଥିଲେ।
ସେହିପରି ହକି ପାଇଁ ଓଡ଼ିଶାର ଅବଦାନକୁ ପ୍ରଶଂସା କରିବା ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆଶୀର୍ବାଦ ପାଇଁ ସେ କୃତଜ୍ଞତା ଜଣାଇଛନ୍ତି ।
ସୂଚନାନୁସାରେ,ଟୋକିଓ ପରେ ପ୍ୟାରିସରେ ଅର୍ଥାତ୍ କ୍ରମାଗତ ୨ଟି ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଭାରତୀୟ ଦଳ ୫୨ ବର୍ଷର ପୁରୁଣା ସ୍ମୃତିକୁ ତାଜା କରିଛି। ୮ ଥର ସ୍ବର୍ଣ୍ଣ ପଦକ ବିଜେତା ଭାରତ ଏହା ପୂର୍ବରୁ ଶେଷଥର ପାଇଁ ୧୯୬୮ ଓ ୧୯୭୨ କ୍ରମାଗତ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲା। ଏହାପରେ ଥରେ ସ୍ବର୍ଣ୍ଣ ପଦକ ମଧ୍ୟ ଜିତିଛି ଟିମ ଇଣ୍ଡିଆ। ଭାରତୀୟ ହକି ଦଳର ଡବଲ ବ୍ରୋଞ୍ଜ ମେଡାଲିଷ୍ଟ ପଦକ ବିଜେତାଙ୍କ ବିରଳ କ୍ଲବରେ ସାମିଲ ହୋଇଛନ୍ତି ଓଡ଼ିଶାର ତାରକା ଡିଫେଣ୍ଡର ଅମିତ ରୋହିଦାସ। ସେ ଟୋକିଓ ଅଲିମ୍ପିକ୍ସରେ ଖେଳିଥିଲେ ଏବଂ ପ୍ୟାରିସରେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ।




