ହାଇୱାକୁ ପଛରୁ ପିଟିଲା ଆମ୍ବୁଲାନ୍ସ,୨ ଗୁରୁତର

କେଉଁଝର : ଓଭରଟେକ ହେଲା କାଳ I ହାଇୱାକୁ ପଛରୁ ପିଟିଲା ଆମ୍ବୁଲାନ୍ସ I ଏଥରେ ଆମ୍ବୁଲାନ୍ସର ଆଗପଟଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେଇଯିବା ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ଆହତ ଦ୍ୱୟଙ୍କୁ ଆହତ ଦ୍ୱୟଙ୍କୁ ଉଦ୍ଧାର କରାଯାଇ କେଉଁଝର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ। […]

Samaya Live Picture
Published On

କେଉଁଝର : ଓଭରଟେକ ହେଲା କାଳ I ହାଇୱାକୁ ପଛରୁ ପିଟିଲା ଆମ୍ବୁଲାନ୍ସ I ଏଥରେ ଆମ୍ବୁଲାନ୍ସର ଆଗପଟଟି ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର ହେଇଯିବା ସହ ଆମ୍ବୁଲାନ୍ସ ଡ୍ରାଇଭର ଓ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି I ଆହତ ଦ୍ୱୟଙ୍କୁ ଆହତ ଦ୍ୱୟଙ୍କୁ ଉଦ୍ଧାର କରାଯାଇ କେଉଁଝର ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି। ଦୁର୍ଘଟଣାରେ ହାଇୱା ଡ୍ରାଇଭରର କିଛି ହୋଇନାହିଁ।

ଘଟନାନୁସାରେ,ବିଳମ୍ବିତ ରାତିରେ ଢେଙ୍କିକୋଟ ନିକଟବର୍ତ୍ତି ଏକ ଗାଁରୁ ଜଣେ ରୋଗୀକୁ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଛାଡି କେନ୍ଦୁଝରରୁ ଘଟଗାଁ ଫେରୁଥିଲା । ଏହି ସମୟରେ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଘଟଗାଁ ଥାନା ପିପିଳିଆ ନିକଟରେ ଆଇରନ୍ ଟ୍ରକ୍‌କୁ ପଛପଟୁ ଧକ୍କା ଦେଇଥିଲା ଆମ୍ବୁଲାନ୍ସ । ଖବରପାଇ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ଆମ୍ବୁଲାନ୍ସଟିକୁ ଜବତ କରିବା ସହିତ ତଦନ୍ତ ଚଲାଇଛି ।

Tags: