୮ ଦିନ ଧରି ଚାଲିବ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’

କଟକ: ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବା ବିଶ୍ୱ ପ୍ରସିଦ୍ଧ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା । ଚଳିତ ଥର ବାଲିଯାତ୍ରା ୮ ଦିନ ଚାଲିବ । ଅର୍ଥାତ ୫ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ବାଲିଯାତ୍ରାର ନାଁ ପରିବର୍ତନ ହୋଇଛି I ଏଥର ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା […]

୮ ଦିନ ଧରି ଚାଲିବ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’
Samaya Live Picture
Published On

କଟକ: ଆସନ୍ତା ନଭେମ୍ବର ୫ରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଦିନଠାରୁ ଆରମ୍ଭ ହେବା ବିଶ୍ୱ ପ୍ରସିଦ୍ଧ ବାଣିଜ୍ୟିକ ମେଳା ଐତିହାସିକ ବାଲିଯାତ୍ରା । ଚଳିତ ଥର ବାଲିଯାତ୍ରା ୮ ଦିନ ଚାଲିବ । ଅର୍ଥାତ ୫ରୁ ଆରମ୍ଭ ହୋଇ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ତେବେ ବାଲିଯାତ୍ରାର ନାଁ ପରିବର୍ତନ ହୋଇଛି I ଏଥର ବାଲିଯାତ୍ରା ନାଁ ହେବ ‘ଐତିହାସିକ ବାଲିଯାତ୍ରା କଟକ ୨୦୨୫’ । ଆଗରୁ କେବଳ ଐତିହାସିକ ବାଲିଯାତ୍ରା ଲେଖାଯାଉଥିଲା । କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକରେ ବାଲିଯାତ୍ରାକୁ ନେଇ ଗୁରୁତ୍ୱ ପୂର୍ଣ୍ଣ ଆଲୋଚନା ହୋଇଛି ।

ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ କେବଳ ତଳ ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବ । ଉପର ବାଲିଯାତ୍ରା ପଡ଼ିଆରେ ବାଲିଯାତ୍ରା ହେବନି । ଉପର ବାଲିଯାତ୍ରା ପଡ଼ିଆରେ କେବଳ ପାର୍କିଂ ବ୍ୟବସ୍ଥା ରହିବ । ତଳ ପଡ଼ିଆରେ ୬୦ ଏକର ପରିମିତ ଜାଗାରେ ମେଳା ଲାଗିବ । ପୂର୍ବରୁ ଏହା ମାତ୍ର ୩୪ ଏକର ଜଗାରେ ବାଲିଯାତ୍ରା ହେଉଥିଲା । ସେହିପରି ଦୋକାନ ଷ୍ଟଲ୍ ପାଇଁ ଅନଲାଇନ୍ ମାଧ୍ୟମରେ ପ୍ଲଟ୍ ବୁକିଂ କରାଯିବ । ବାଲିଯାତ୍ରା ପୋର୍ଟାଲରେ ରହିବ ସବୁ ତଥ୍ୟ । ବିଶେଷ କରି ଟ୍ରାଫିକ, ପାର୍କିଂ ସମ୍ବନ୍ଧୀୟ ସମସ୍ତ ତଥ୍ୟ ରହିବ ଏଥିରେ । ଜିଲ୍ଲା ସାଂସ୍କୃତିକ ପରିଷଦ ପକ୍ଷରୁ ସାଂସ୍କୃତିକ ଦଳ ଚୟନ କରାଯିବ । Society Registration App ରେ ଯିଏ ପଞ୍ଜୀକୃତ ଥିବେ ସେମାନେ ଆବେଦନ କରିପାରିବେ । ପ୍ରତି ଟ୍ରୁପକୁ ୨୦ ମିନିଟ୍ ଦିଆଯିବ ପରିବେଷଣ ପାଇଁ ।

Tags: