ବିଶ୍ୱ ପ୍ରସିଦ୍ଧ ରଥଯାତ୍ରାରେ ଯୋଗ ଦେବେ ମହାମହିମ ରାଷ୍ଟ୍ରପତି

ଭୁବନେଶ୍ବର : ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା I ଏହି ଅବସରରେ ପୁରୀ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଜୁଲାଇ ୬ ରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ୯ ତାରିଖ ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ I ରାଷ୍ଟ୍ରପତିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି I ଏହି ଅବସରରେ ରାଷ୍ଟ୍ରପତି […]

Samaya Live Picture
Published On

ଭୁବନେଶ୍ବର : ଆସନ୍ତା ୭ ତାରିଖରେ ଅନୁଷ୍ଠିତ ହେଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା I ଏହି ଅବସରରେ ପୁରୀ ଆସିପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ଜୁଲାଇ ୬ ରେ ରାଷ୍ଟ୍ରପତି ପୁରୀ ଗସ୍ତରେ ଆସି ୯ ତାରିଖ ପର୍ଯ୍ୟନ୍ତ ପୁରୀ ଓ ଭୁବନେଶ୍ୱରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବେ I ରାଷ୍ଟ୍ରପତିଙ୍କ ସହ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ସାହା ଏବଂ କେନ୍ଦ୍ର ମନ୍ତ୍ରୀ ମଧ୍ୟ ପୁରୀ ଆସିବାର କାର୍ଯ୍ୟକ୍ରମ ରହିଛି I ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଜୁଲାଇ ୯ ତାରିଖରେ ନାଇଜରର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ ବୋଲି ଜଣାଯାଇଛି। ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ ପାଇଁ ଏବେଠାରୁ ଆରମ୍ଭ ହେଲାଣି ପ୍ରସ୍ତୁତି ।

ସୂଚନାଯୋଗ୍ୟ ଆସନ୍ତା ୭ ତାରିଖରେ ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ। ଏବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା। ତେଣୁ ଏ ଦୃଷ୍ଟିରୁ ଏବର୍ଷର ରଥଯାତ୍ରା ବିରଳ। ଏ ବର୍ଷ ଅଣସର ୧୩ ଦିନିଆ ପକ୍ଷ ପଡ଼ିଛି। ତେଣୁ ରଥଯାତ୍ରା ପୂର୍ବଦିନ ଅର୍ଥାତ୍‌‌ ଜୁଲାଇ ୬ ତାରିଖରେ ପଟିଦିଅଁଙ୍କଠାରୁ ରଥଖଳାକୁ ଆଜ୍ଞାମାଳ ବିଜେ ହେବ। ସେହିଦିନ ରଥଖଳାରୁ ତିନିରଥକୁ ସିଂହଦ୍ୱାର ସମ୍ମୁଖକୁ ନିଆଯିବ। ୬ ତାରିଖ ରାତି ୨ଟାରେ ଦ୍ୱାରଫିଟି ନେତ୍ରୋତ୍ସବ ନୀତି ହେବ। ରାତି ୨ଟାରେ ହେବ ମଙ୍ଗଳ ଆଳତି । ଚଳିତ ରଥ ଯାତ୍ରାରେ ଦୀର୍ଘ ୫୩ ବର୍ଷ ପରେ ପଡୁଛି ବିରଳ ସଂଯୋଗ I ଏବର୍ଷ ଅପରାହ୍ନ ୫ ଟା ବେଳକୁ ରଥଟଣI ପର୍ବ ଅନୁଷ୍ଠିତ ହେବାକୁ ଥିବାବେଳେ ଅପରାହ୍ଣ ୧ଟାରେ ମଙ୍ଗଳାର୍ପଣ ହୋଇ ୧ଟା ୧୦ରେ ଆରମ୍ଭ ହେବ ପହଣ୍ଡି। ୧ଘଣ୍ଟା ୨୦ ମିନିଟ୍‌‌ ମଧ୍ୟରେ ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଶେଷ କରାଯିବାକୁ ସମୟ ନିର୍ଘଣ୍ଟ ହୋଇଛି। ଅର୍ଥାତ୍‌‌ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ସରିବ। ୩ଟା ମଧ୍ୟରେ ମଦନମୋହନ, ରାମ ଓ କୃଷ୍ଣଙ୍କୁ ରଥରେ ବିଜେ କରାଯିବ। ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ଛେରାପହଁରା ଶେଷ ହେବା ପରେ ସାଢ଼େ ୪ଟା ସୁଦ୍ଧା ଚାରମାଳ ଫିଟାଯାଇ ଘୋଡ଼ା ଓ ସାରଥି ଲାଗିବେ। ଏହାପରେ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନିର୍ଘଣ୍ଟ କରାଯାଇଛି।

Tags: