୨ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି
ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଜୁଲାଇ ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ତାରିଖ ଦିନ ଅପରାହ୍ନ ୫ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧା ସଳଖ ଭୁବନେଶ୍ୱର ଏମ୍ସ ରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଠାରେ ନିଜ ଅଭିଭାଷଣ ପରେ ରାଜଭବନ ପହଞ୍ଚି ରାତ୍ରିଯାପନ କରିବେ […]
ଭୁବନେଶ୍ୱର : ୨ ଦିନିଆ ଓଡିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଜୁଲାଇ ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱର ଆସିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୪ ତାରିଖ ଦିନ ଅପରାହ୍ନ ୫ ଟାରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚି ସେଠାରୁ ସିଧା ସଳଖ ଭୁବନେଶ୍ୱର ଏମ୍ସ ରେ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ସେଠାରେ ନିଜ ଅଭିଭାଷଣ ପରେ ରାଜଭବନ ପହଞ୍ଚି ରାତ୍ରିଯାପନ କରିବେ । ଏବଂ ପରଦିନ ଅର୍ଥାତ ୧୫ ତାରିଖ ଦିନ କଟକ ରେଭେନ୍ସା ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । କେବଳ ସେତିକି ନୁହେଁ ଆଦିକବି ଶାରଳା ଦାସଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହ କଟକର କଳିଙ୍ଗ ରତ୍ନ ପୁରସ୍କାର-୨୦୨୪ ଉତ୍ସବରେ ଅତିଥି ଭାବେ ଯୋଗ ଦେବେ । ସେହିପରି ରେଭେନ୍ସା ବାଳିକା ବିଦ୍ୟାଳୟର ଶିଳାନ୍ୟାସ କରିବା ସହିତ ଅନ୍ୟାନ୍ୟ ୪/୫ ଟି କାର୍ଯ୍ୟକ୍ରମ ସାରି ସେହିଦିନ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବାର ସୂଚନା ରହିଛି ।




