୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪ ତାରିଖରେ ମୟୂରଭଞ୍ଜ ଏୟାରପୋର୍ଟରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ […]

Samaya Live Picture
Published On

ଭୁବନେଶ୍ୱର : ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୨୩ ଓ ୨୪ ଦୁଇ ଦିନ ଧରି ଓଡ଼ିଶାରେ ରହିବେ । କାର୍ଯ୍ୟସୂଚୀ ଅନୁଯାୟୀ, ୨୩ରେ ରାଷ୍ଟ୍ରପତି ନିଜ ଗାଁ ରାଇରଙ୍ଗପୁର ଆସିବେ । ସେଠାରେ ନିଜ ଘରେ ରାତ୍ରୀଯାପନ କରିବେ । ୨୪ ତାରିଖରେ ମୟୂରଭଞ୍ଜ ଏୟାରପୋର୍ଟରୁ ବାହାରି ପୁରୀ ଅଭିମୁଖେ ଯାତ୍ରା କରିବେ। ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ହୀରକ ଜୟନ୍ତ୍ରୀ ଉତ୍ସବରେ ମୁଖ୍ୟ ଅତିତି ଭାବେ ଯୋଗଦେବ । ଦୀର୍ଘ ୭୫ବର୍ଷ ମଧ୍ୟରେ ଏହି କଲେଜରୁ ଆୟୁର୍ବେଦରେ ଡାକ୍ତରୀ ଶିକ୍ଷା ଶେଷ କରି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ଖ୍ୟାତି ଅର୍ଜନ କରିଥିବା ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ରାଜଭବନ ଯାଇ ବିଶ୍ରାମ ନେବା ପରେ ଭୁବନେଶ୍ବର ବିମାନବନ୍ଦର ଅଭିମୁଖେ ଯାତ୍ରା କରିବେ । ଅପରାହ୍ଣ ୪ଟା ୨୫ରେ ଓୟୁଏଟି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେବେ । ପରେ ଭୁବନେଶ୍ବର ନୂଆ ଜୁଡିସିଆଲ କମ୍ପ୍ଲେସ୍କର ଶୁଭାରମ୍ଭ କରିବେ। ପରେ ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଛି ।

Tags: