୨୬ ରେ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
କଟକ: ଚଳିତ ମାସ ୨୬ ତାରିଖରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ୨୬ତାରିଖରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଯାପନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏଥିସହିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବାର ମଧ୍ୟ ସ୍ଥିର ହୋଇଛି । ସେହିଭଳି ୨୭ତାରିଖରେ ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ । ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନିକ […]
କଟକ: ଚଳିତ ମାସ ୨୬ ତାରିଖରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସେ ୨୬ତାରିଖରେ ଓଡ଼ିଶା ହାଇକୋର୍ଟର ୭୫ବର୍ଷ ପୂର୍ତ୍ତି ଉତ୍ସବର ଉଦ୍ଯାପନୀ ସମାରୋହରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି I ଏଥିସହିତ ନେତାଜୀ ମ୍ୟୁଜିୟମ ପରିଦର୍ଶନ କରିବାର ମଧ୍ୟ ସ୍ଥିର ହୋଇଛି । ସେହିଭଳି ୨୭ତାରିଖରେ ଶ୍ରୀମତୀ ମୁର୍ମୁ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ।
ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତିପର୍ବ ଆରମ୍ଭ ହୋଇଯାଇଛି। କାର୍ଯ୍ୟକ୍ରମର ଚୂଡାନ୍ତ ରୂପରେଖ ସଂପର୍କରେ ଆଲୋଚନା ପାଇଁ ଆସନ୍ତା ୧୮ତାରିଖ ଅପରାହ୍ନରେ ଆରଡିସିଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ସେହିପରି ରାଷ୍ଟ୍ରପତିଙ୍କ ଏହି ଦୁଇଦିନିଆ ଗସ୍ତ ପାଇଁ କଟକ ଓ ଭଦ୍ରକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏନେଇ ଉଭୟ ପ୍ରଶାସନ ପକ୍ଷରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ସୂଚନା ମିଳିଛି ।
ଅନ୍ୟପଟେ ଅସ୍ଥାୟୀ ହେଲିପ୍ୟାଡ୍ ସହ ରାଷ୍ଟ୍ରପତି ଯେଉଁ ସବୁ ରାସ୍ତା ଦେଇ କାର୍ଯ୍ୟକ୍ରମସ୍ଥଳୀକୁ ଯିବେ ସେହି ରାସ୍ତାଗୁଡିକର ମରାମତି ଓ ସୌନ୍ଦର୍ଯ୍ୟୀକରଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ରାଷ୍ଟ୍ରପତି ନରାଜ୍ ହେଲିପ୍ୟାଡ୍ରେ ସକାଳ ୯ଟାରେ ଓହ୍ଲାଇବା ପରେ ପ୍ରଥମେ ମା କଟକ ଚଣ୍ଡୀଙ୍କ ମନ୍ଦିରରେ ପହଞ୍ଚି ଦର୍ଶନ କରିବେ। ଏହାପରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ସ୍ମୃତି ବହନ କରୁଥିବା ଶୈଳବାଳା ମହିଳା ସ୍ବୟଂଶାସିତ କଲେଜରେ ପହଞ୍ଚି ମଧୁସୂଦନ ସଂଗ୍ରହାଳୟ ପରିଦର୍ଶନ କରିବେ ଏବଂ ସେଠାରୁ ନେତାଜୀ ମ୍ୟୁଜିୟମ୍ ପରିଦର୍ଶନରେ ମଧ୍ୟ ଯିବେ।
ଅନ୍ୟପଟେ ପ୍ରଥମ ଥର ପାଇଁ ଏସ୍ସିବି ଛାତ୍ରସଂସଦର କାର୍ଯ୍ୟକ୍ରମ ‘ଅରୋରାରେ ରାଷ୍ଟ୍ରପତି ଯୋଗ ଦେବେ ବୋଲି ଏସ୍ସିବି ଛାତ୍ରସଂସଦ ସଭାପତି ଡାକ୍ତର ଓମ୍ ସ୍ବୟଂ ପ୍ରକାଶ ରାଉତ୍ରାୟ ସୂଚନା ଦେଇଛନ୍ତି। ଅନ୍ୟପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ବିଭାଗର ଅଧିକାରୀଙ୍କୁ ନେଇ ବୈଠକ ଡକାଯିବା ସହ ପ୍ରସ୍ତୁତି ଆରମ୍ଭ ହୋଇଛି। ଜୁଲାଇ ୨୬ ତାରିଖ ସକାଳ ସାଢେ ୧୦ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ରାଷ୍ଟ୍ରପତିଙ୍କ କଟକରେ କାର୍ଯ୍ୟକ୍ରମ ରହିଛି ବୋଲି ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ସୂଚନା ଦେଇଛନ୍ତି।




