୨୮ ରୁ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଭୁବନେଶ୍ୱର : ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୄର୍ମୁ I ୨୮ ତାରିଖ ଅପରାହ୍ନରେ ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ପହଞ୍ଚିବେ ରାଷ୍ଟ୍ରପତି I ରାଷ୍ଟ୍ରପତି ରାଞ୍ଚିରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାହାରି ରାଇରଙ୍ଗପୁରରେ ଅପରାହ୍ନ ୪ ଟା ୪୫ ମିନିଟରେ ପହଞ୍ଚିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜରେ ଦୁଇ ଦିନ ରହଣି ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ବର, […]
ଭୁବନେଶ୍ୱର : ୨୮ ତାରିଖରୁ ୪ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୄର୍ମୁ I ୨୮ ତାରିଖ ଅପରାହ୍ନରେ ନିଜ ଜନ୍ମମାଟି ରାଇରଙ୍ଗପୁର ଠାରେ ପହଞ୍ଚିବେ ରାଷ୍ଟ୍ରପତି I ରାଷ୍ଟ୍ରପତି ରାଞ୍ଚିରୁ ବାୟୁସେନାର ସ୍ବତନ୍ତ୍ର ବିମାନ ଯୋଗେ ବାହାରି ରାଇରଙ୍ଗପୁରରେ ଅପରାହ୍ନ ୪ ଟା ୪୫ ମିନିଟରେ ପହଞ୍ଚିବେ । ସେଠାରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମ ରହିଛି। ମୟୂରଭଞ୍ଜରେ ଦୁଇ ଦିନ ରହଣି ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ବର, ବ୍ରହ୍ମପୁର ଓ ସମ୍ବଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଏଥିପାଇଁ ସେଠାରେ ପ୍ରସ୍ତୁତି ଜୋରସୋର ଚାଲିଛି I ଗତକାଲି ଶୁକୃଳି ବ୍ଲକ ଅନ୍ତର୍ଗତ ପାଣ୍ଡରାଶିଳ ଗାଁରେ ବାୟୁସେନାର ହେଲିକେପ୍ଟର ଜାରି ରହିଥିଲା ।
୨୯ ତାରିଖରେ ଖିଚିଂ ଯାଇ ମୟୂରଭଞ୍ଜ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଆ କିଚକେଶ୍ବରୀଙ୍କ ଦର୍ଶନ କରିବେ ରାଷ୍ଟ୍ରପତି । ପରେ ଖିଚିଂରୁ ବାହାରି କଦଳୀବାଡି ଗାଁକୁ ଯିବେ । ସେଠାରେ ଅବହେଳିତ ଜନଜାତି ଗୋଷ୍ଠୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ତାପରେ କେନ୍ଦୁଝର ଗସ୍ତ କରି ଧରଣୀଧର ବିଶ୍ବବିଦ୍ୟାଳୟରେ କେନ୍ଦୁଝର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନା ଚକ୍ରକୁ ଉଦଘାଟନ କରିବେ ମହାମହିମ । ସେଠାରୁ ସନ୍ଧ୍ୟାରେ ଭୁବନେଶ୍ବର ଆସି ଉତ୍କଳ ବିଶ୍ବବିଦ୍ୟାଳୟରେ ୫୩ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ରାଜଭବନରେ ରାତ୍ରି ଯାପନ ପରେ ମାର୍ଚ୍ଚ ୧ ତାରିଖ ସକାଳ ୯ ଟାରେ ଭୁବନେଶ୍ବରରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ବ୍ରହ୍ମପୁର ଯିବେ ରାଷ୍ଟ୍ରପତି। ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ୨୫ ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ । ମାର୍ଚ୍ଚ ୨ ତାରିଖରେ ସମ୍ବଲପୁର ଓ ରେଢାଖୋଲରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସନ୍ଧ୍ୟା ୫ଟା ୪୫ ରେ ଝାରସୁଗୁଡା ଏୟାରପୋର୍ଟରୁ ନୂଆଦିଲ୍ଲୀ ଫେରିଯିବେ ରାଷ୍ଟ୍ରପତି ।
ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ କମିଶନରେଟ ପୋଲିସ କଡା ସୁରକ୍ଷା ବ୍ୟବସ୍ଥା କରିଛି । ରାଜଧାନୀରେ ସୁରକ୍ଷା ଦାୟିତ୍ୱରେ ରହିବେ ୩୦ ପ୍ଲାଟୁନ ଫୋର୍ସ । ନିରୀକ୍ଷଣ ଦାୟିତ୍ୱରେ ରହିବେ ୮୫ ଜଣ ଅଫିସର । ୩ ଟି କ୍ୱିକ ରେସ୍ପନ୍ସ ଟିମ ସହିତ ୨ଟି ସ୍ପେଶାଲ ଟାକ୍ଟିକାଲ ୟୁନିଟ ସୁରକ୍ଷା ଦାୟିତ୍ୱରେ ରହିବେ ।




