ଓଡ଼ିଶାରେ ପହଞ୍ଚିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ରାଇରଙ୍ଗପୁର : ଜନ୍ମ ମାଟିରେ ମହାମହିମ I ଆଜିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଛନ୍ତି। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି । କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ […]

Samaya Live Picture
Published On

ରାଇରଙ୍ଗପୁର : ଜନ୍ମ ମାଟିରେ ମହାମହିମ I ଆଜିଠାରୁ ୪ ଦିନିଆ ଓଡିଶା ଗସ୍ତରେ ଆସି ମୟୂରଭଞ୍ଜରେ ପହଞ୍ଚିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ I ବାୟୁସେନାର ସ୍ୱତନ୍ତ୍ର ବିମାନ ଝାଡ଼ଖଣ୍ଡର ରାଞ୍ଚିରେ ଅବତରଣ କଲା ପରେ ସେଠାରୁ ଏକ ହେଲିକପ୍ଟରରେ ଆସି ହେଲିପ୍ୟାଡରେ ଐତିହାସିକ ଖିଚିଂରେ ପହଞ୍ଚିଛନ୍ତି। ଖିଚିଂରେ ପହଞ୍ଚିଲା ପରେ ମା’ କିଚକେଶ୍ବରୀଙ୍କୁ ପୂଜାର୍ଚ୍ଚନା କରିଛନ୍ତି। ଖିଚିଂରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ବ୍ୟାପକ ପ୍ରସ୍ତୁତ କରାଯାଇଛି ।

କିଚକେଶ୍ୱରୀଙ୍କ ମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରସାଦ ସେବନର ସ୍ୱତନ୍ତ୍ର ବ୍ୟବସ୍ଥା ହୋଇଛି। ପ୍ରସାଦରେ ରହିଛି ଖେଚୁଡ଼ି, କାନିକା, ଅରୁଆ ଭାତ, ବେଶର, ଲେଉଟିଆ ସାଗ, ଖଟା, ପାଏସ, କ୍ଷୀରା ଓ ବଡ଼ି ଚୁୁରା। ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ରଘୁବର ଦାସ ମଧ୍ୟ ପ୍ରସାଦ ସେବନ କରିବେ। ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୧୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ରହିଛନ୍ତି।

ଖିଚିଂରେ ମା’ କିଚକେଶ୍ୱରୀଙ୍କୁ ଦର୍ଶନ କରିବା ପରେ ସେଠାରୁ ପାଣ୍ଡରଶୀଳସ୍ଥ ଅସ୍ଥାୟୀ ହେଲିପ୍ୟାଡରୁ ରାଇରଙ୍ଗପୁର ନିକଟସ୍ଥ ଦାଣ୍ଡବୋଷ ଏୟାରଷ୍ଟ୍ରିପରେ ୪.୪୫ରେ ଅବତରଣ କରିବା ପରେ ୦୫.୧୫ରେ ରାଇରଙ୍ଗପୁର ନିକଟସ୍ଥ ମହୁଲଡ଼ିହା କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ବରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ମିତ ସତନ୍ତ୍ର ହୋଲିଡେ ହୋମ୍‌ର ଶିଳାନ୍ୟାସ କରିବେ।

ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାରେ ୨ଦିନ ରହଣୀ ସାଙ୍ଗକୁ କେନ୍ଦୁଝର, କଟକ, ଭୁବନେଶ୍ୱର, ବ୍ରହ୍ମପୁର ଓ ସମ୍ୱଲପୁରଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ରାଇରଙ୍ଗପୁରରେ ନିଜ ବାସଭବନରେ ରାତ୍ରିଯାପନ କରିବେ ରାଷ୍ଟ୍ରପତି। ମାଟିର ଝିଅକୁ ସ୍ୱାଗତ ପାଇଁ ସାରା ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇଉଠିଛି।

ସେହିପରି ୨୯ ତାରିଖରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନାଚକ୍ରକୁ ଉଦ୍‌ଘାଟନ କରି ଅପରାହ୍ଣ ୫ଟା ୨୦ରେ ରାଷ୍ଟ୍ରପତି ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ। ୬ଟା ୫୪ରେ ସେ ରାଜଭବନରେ ପହଞ୍ଚି ସେଠାରେ ପହଞ୍ଚି ରାତ୍ରଭୋଜନ କରିବା ସହ ରହିବେ।

ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୫ରେ କଟକରେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ। ୨ ତାରିଖ ସକାଳ ୧୦ଟା ୧୦‌ରେ ଝାଡ଼ସୁଗଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧା ସମ୍ୱଲପୁର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି।

Tags: