ହୀରାକୁଦ ଜଳଭଣ୍ଡାର ହେବ ନବୀକରଣ

ପାରାଦୀପ : ଖୁବ ଶୀଘ୍ର ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର ସିମେଣ୍ଟ ଲାଇନିଂ […]

Samaya Live Picture
Published On

ପାରାଦୀପ : ଖୁବ ଶୀଘ୍ର ଦେଶର ସର୍ବବୃହତ ହୀରାକୁଦ ଜଳ ଭଣ୍ଡାରର ହେବ ନବକଳେବର । ଏଥିପାଇଁ ଜଳ ସମ୍ପଦ ବିଭାଗ ପକ୍ଷରୁ ସଂକଳ୍ପ ପତ୍ର ଜାରି ହୋଇଛି। ଆସନ୍ତା ୪ ବର୍ଷ ଭତିରେ ନବୀକରଣ କାମ ସାରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ଏଥିପାଇଁ ୮୫୫ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।

୧୯୫୭ ମସିହାରେ ମହାନଦୀ ତଟରେ ନିର୍ମିତ ହୋଇଥିବା ବୃହତ ସବୁଠୁ ବଡ଼ ମାଟି ନଦୀ ବନ୍ଧ ହୀରାକୁଦର ସିମେଣ୍ଟ ଲାଇନିଂ ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ୮୫୫ କୋଟି ଟଙ୍କା ବ୍ୟୟରେ ନବୀକରଣ କରାଯିବ । ୨୦୨୪-୨୫ରୁ ୨୦୨୭-୨୮ମଧ୍ୟରେ ଉପଯୁକ୍ତ ଜଳ ବଣ୍ଟନ ଓ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଜଳଭଣ୍ଡାରର ସିମେଣ୍ଟ ଲାଇନିଂ କରାଯିବ । ନବୀକରଣ ଯୋଜନାରେ ଜଳପଥଗୁଡ଼ିକୁ ମାଇନର, ସବମାଇନର ଭାବରେ ପୁନଃ ନାମିତ କରାଯିବ। ଏଥି ସହ ମାଟିରେ ନିର୍ମିତ ହୋଇଥିବା ଜଳପଥଗୁଡ଼ିକରେ ସିମେଣ୍ଟ କଂକ୍ରିଟ ଲାଇନିଂ କରି ଜଳ ପରିଚାଳନା ସ୍ଥିରତା ସୁନିଶ୍ଚିତ କରାଯିବ ।

କେନାଲର ଜଳସେଚନ କାର୍ଯ୍ୟଦକ୍ଷତାକୁ ବୃଦ୍ଧି କରିବା ସହ ବଣ୍ଟନ ବ୍ୟବସ୍ଥାରେ ଜଳ କ୍ଷତିକୁ ହ୍ରାସ କରି ତଳ ମୁଣ୍ଡରେ ପାଣି ଉପଲବ୍ଧତା ବୃଦ୍ଧି କରାଯିବ। ବରଗଡ଼ ମୁଖ୍ୟ କେନାଲ୍, ଶାସନ ମୁଖ୍ୟ କେନାଲ ଓ ଅନ୍ୟାନ୍ୟ ଡିଷ୍ଟ୍ରିବ୍ୟୁଟାରୀରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ଫଲ ଓ ଆଉଟଲେଟର ନବୀକରଣ କରାଯିବ । ଦକ୍ଷିଣ ଓ ସ୍ପିଲୱେ ଫାଉଣ୍ଡେସନ୍ ଗ୍ୟାଲେରୀର ମରାମତି ଓ ନବୀକରଣ ସହିତ ଏହାର ସଂଲଗ୍ନ ହୀରାକୁଦ ଡ୍ୟାମର ଛୋଟ କୁଦର ପୁନଃ ସଂଯୋଜନ କରାଯିବ ।

Tags: