ବିଜେପିରୁ ବିଦାହେଲେ ହିମାଂଶୁ
ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିଜେପି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଥିବା ସୂଚନା ମିଳିଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି। ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । […]
ଭୁବନେଶ୍ୱର : ଶେଷ ପର୍ଯ୍ୟାୟ ନିର୍ବାଚନ ମୁଣ୍ଡ ଉପରେ ଥିବାବେଳେ ବିଜେପି ନେଇଛି ବଡ଼ କାର୍ଯ୍ୟାନୁଷ୍ଠାନ । ଧର୍ମଶାଳା ବିଜେପି ନେତା ହିମାଂଶୁ ଶେଖର ସାହୁଙ୍କୁ ଦଳରୁ ବହିଷ୍କାର କରିଥିବା ସୂଚନା ମିଳିଛି । ଦଳ ବିରୋଧୀ କାର୍ଯ୍ୟ ଓ ଦଳୀୟ ଅନୁଶାସନ ଭଙ୍ଗ ଅଭିଯୋଗରେ ଏହି ବହିଷ୍କାର କରାଯାଇଛି।
ଦଳ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶରେ ଦଳରୁ ବହିଷ୍କାର କରାଯାଇଥିବା ସୂଚନା ମିଳିଛି। ବିଜେପି ଧର୍ମଶାଳାରେ ତାଙ୍କ ବଦଳରେ ସ୍ମୃତିରେଖା ପହିଙ୍କୁ ଟିକେଟ୍ ଦେଇଥିଲା । ଏହାପରେ ହିମାଂଶୁଙ୍କ ସମର୍ଥକମାନେ ଯାଇ ବିଜେପି କାର୍ଯ୍ୟାଳୟ ବାହାରେ ହଙ୍ଗାମା କରିଥିଲେ ଏବଂ ହିମାଂଶୁଙ୍କୁ ଟିିକେଟ ଦେବାକୁ ଅଡି ବସିଥିଲେ । ହିଂମାଂଶୁ ଦଳରୁ ଟିକେଟ୍ ନ ମିଳିବାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି।




