ବିଜେପିରେ ମିଶିଲେ ହିମାଂଶୁ

ଧର୍ମଶାଳା : ଚଳିତ ୨୦୨୪ ଜନାଦେଶ ବିଜେପି ସପକ୍ଷରେ ଯାଇଛି I ଏହାରି ମଧ୍ୟରେ ଇତିହାସ ରଚିଛି ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ I ଏଠାରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବୃହତ ବିଜୟ ଲାଭ କରିଛନ୍ତି I ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୪,୧୫୦ ଭୋଟରେ ପରାଜିତ କରିଛନ୍ତି I ହିମାଂଶୁ ୭୯,୭୫୯ ଭୋଟ ପାଇଥିବାବେଳେ […]

Samaya Live Picture
Published On

ଧର୍ମଶାଳା : ଚଳିତ ୨୦୨୪ ଜନାଦେଶ ବିଜେପି ସପକ୍ଷରେ ଯାଇଛି I ଏହାରି ମଧ୍ୟରେ ଇତିହାସ ରଚିଛି ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ I ଏଠାରୁ ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିଂମାଶୁ ଶେଖର ସାହୁ ବୃହତ ବିଜୟ ଲାଭ କରିଛନ୍ତି I ଧର୍ମଶାଳା ନିବାଚନମଣ୍ଡଳୀ ୨୯ ବର୍ଷ ଧରି ବିଜେଡି ଗଡ଼ ଭାବେ ପରିଚିତ ହୋଇଥିବାବେଳେ ହିମାଂଶୁ ଏଠାରୁ ବିଜେଡି ପ୍ରାର୍ଥୀ ପ୍ରଣବ ବଳବନ୍ତରାୟଙ୍କୁ ୪,୧୫୦ ଭୋଟରେ ପରାଜିତ କରିଛନ୍ତି I ହିମାଂଶୁ ୭୯,୭୫୯ ଭୋଟ ପାଇଥିବାବେଳେ ୭୫,୬୦୯ ଖଣ୍ଡ ଭୋଟ ହାସଲ କରି ଦ୍ୱିତୀୟ ସ୍ଥାନରେ ରହିଥିଲେ ପ୍ରଣବ ବଳବନ୍ତରାୟ । ଅନ୍ୟପଟେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି ୧୫,୯୨୬ ଖଣ୍ଡ ଭୋଟ ପାଇ ତୃତୀୟ ସ୍ଥାନରେ ରହିଛନ୍ତି। ବିଜୟ ପରେ ହିଂମାଶୁ ଧାମନଗର ବିଧାୟକ ସୁରଜ ସୂର୍ଯ୍ୟବଂଶୀ ସହ ମିଶି ଧର୍ମେନ୍ଦ୍ର ପ୍ରଧାନଙ୍କୁ ସାକ୍ଷାତ କରିଥିଲେ। ଏହି ସମୟରେ ସେ ବେଶ୍‌ ଖୁସି ଥିବା ନଜର ଆସିଥିଲେ। ଏହାସହ ହିଂମାଶୁ ପୁଣି ଭାଜପାକୁ ଫେରିଛନ୍ତି।

ସୂଚନାନୁସାରେ,୧୯୯୫ରୁ ସ୍ବର୍ଗତ କଳ୍ପତରୁ ଦାସ ଓ ପରେ ତାଙ୍କ ପୁଅ ପ୍ରଣବ ଏଠାରେ ନିବାଚିତ ହେଉଥିଲେ। ୧୯୮୦ରେ ସ୍ବାଧୀନ ପ୍ରାର୍ଥୀ ଭାବେ ସ୍ବର୍ଗତ କାଙ୍ଗାଳି ଚରଣ ପଣ୍ଡା ଏହି ଆସନରୁ ବିଜୟୀ ହୋଇଥିଲେ।

Tags: