୨୦୨୧-୨୨ ବର୍ଷର ସର୍ବାଧିକ ଆୟକର ରାଶି ରେକର୍ଡ
ଭୁବନେଶ୍ୱର: ଅପ୍ରେଲ ୨୭: ୨୦୨୧-୨୨ରେ ରେକର୍ଡ ଭାଙ୍ଗିଲା ଆୟକର ବିଭାଗ । ଆର୍ଥିକ ବର୍ଷରେ ଆୟକର ବିଭାଗର ସର୍ବକାଳୀନ ରେକର୍ଡ କର ସଂଗ୍ରହ ହୋଇଛି। ନଗଦ ୧୪ ଲକ୍ଷ କୋଟି ଆଦାୟ ହୋଇଥିବା ବେଳେ ମୋଟ ୧୬ଲକ୍ଷ ୩୪ ହଜାର କୋଟି ପ୍ରତ୍ୟେକ୍ଷ କର ସଂଗ୍ରହ ହୋଇଛି । ସେହିପରି ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।ଓଡ଼ିଶାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫,୪୮୧ କୋଟି କର […]
ଭୁବନେଶ୍ୱର: ଅପ୍ରେଲ ୨୭: ୨୦୨୧-୨୨ରେ ରେକର୍ଡ ଭାଙ୍ଗିଲା ଆୟକର ବିଭାଗ । ଆର୍ଥିକ ବର୍ଷରେ ଆୟକର ବିଭାଗର ସର୍ବକାଳୀନ ରେକର୍ଡ କର ସଂଗ୍ରହ ହୋଇଛି। ନଗଦ ୧୪ ଲକ୍ଷ କୋଟି ଆଦାୟ ହୋଇଥିବା ବେଳେ ମୋଟ ୧୬ଲକ୍ଷ ୩୪ ହଜାର କୋଟି ପ୍ରତ୍ୟେକ୍ଷ କର ସଂଗ୍ରହ ହୋଇଛି । ସେହିପରି ଇ-ଫାଇଲିଙ୍ଗ ପୋର୍ଟାଲରେ ୭ କୋଟି ୧୪ ଲକ୍ଷ ଅଧିକ ଆୟକର ରିଟର୍ନ ଭରିଛନ୍ତି ଆୟକର ଦାତା ।ଓଡ଼ିଶାରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୫,୪୮୧ କୋଟି କର ଆଦାୟ ହୋଇଛି । ପୂର୍ବରୁ ଏହି ଲକ୍ଷ୍ୟ ଧାର୍ଯ୍ୟ ପରିମାଣ ଥିଲା ୧୪ ହଜାର କୋଟି । ଓଡ଼ିଶାରେ ୮୨% କର କର୍ପୋରେଟ ଟାକ୍ସରୁ ଆଦାୟ ହେଉଛି । ଏହା ମଧ୍ୟରୁ ଖଣିରୁ ୫୩% କର ଆଦାୟ ହେଉଥିବା ବେଳେ ବନ୍ଦର ବ୍ୟବସାୟରୁ ୨୫% କର ଆଦାୟ କରାଯାଇଛି ।




