ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଉଚ୍ଚ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର : ଏବେଠୁ ତାଉ ଦେଖାଇଲାଣି ଖରା । ଫେବୃଆରୀ ଆରମ୍ଭ ବେଳକୁ ପାରଦ ଛୁଇଁଲାଣି ୩୫ ଡିଗ୍ରୀ । ରାଜ୍ୟରେ ଅନେକ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ତେବେ ଫେବୃଆରୀ ମାସର ଖରା ର ପ୍ରକୋପ କୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୋମବାର […]

ଖରାର ପ୍ରକୋପକୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା ଜାରି କଲା ଉଚ୍ଚ ଶିକ୍ଷାନୁଷ୍ଠାନ
Samaya Live Picture
Published On

ଭୁବନେଶ୍ୱର : ଏବେଠୁ ତାଉ ଦେଖାଇଲାଣି ଖରା । ଫେବୃଆରୀ ଆରମ୍ଭ ବେଳକୁ ପାରଦ ଛୁଇଁଲାଣି ୩୫ ଡିଗ୍ରୀ । ରାଜ୍ୟରେ ଅନେକ ଜିଲ୍ଲାରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହୁଛି । ତେବେ ଫେବୃଆରୀ ମାସର ଖରା ର ପ୍ରକୋପ କୁ ଦୃଷ୍ଟିରେ ରଖି ମାର୍ଗଦର୍ଶିକା (ଏସ୍‌ଓପି) ଜାରି କରିଛି ଉଚ୍ଚ ଶିକ୍ଷା ବିଭାଗ । ମାର୍ଗଦର୍ଶିକା ଅନୁସାରେ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟର ପାଠପଢ଼ା ସକାଳୁଆ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏନେଇ ସୋମବାର ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି କରାଯାଇଛି । ଚିଠି ଆଧାରରେ କଲେଜ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ନିଜ ହିସାବରେ ସକାଳୁଆ ପାଠପଢ଼ା କରିବେ ବୋଲି ଉଚ୍ଚଶିକ୍ଷା ବିଭାଗର ଜଣେ ଅଧିକାରୀ କହିଛନ୍ତି ।

ସେହିପରି ଗ୍ରୀଷ୍ମ ପ୍ରବାହ ମୁକାବିଲା ପାଇଁ କଲେଜରେ ଓ ପରୀକ୍ଷା କେନ୍ଦ୍ରରେ ଫାଷ୍ଟଏଡ୍ କିଟ୍ ରଖାଯିବ । ଗ୍ରୀଷ୍ମ ପ୍ରବାହ ମୁକାବିଲା, SOP ପାଳନ ତଦାରଖ ପାଇଁ ସ୍କ୍ବାଡ ଗଠନ ହେବ । ସମସ୍ତ ପରୀକ୍ଷାକୁ ସକାଳୁଆ କରାଯିବ । ଘୋଷଣା ହୋଇସାରିଥିବା ପରୀକ୍ଷାର କାର୍ଯ୍ୟସୂଚୀରେ ମଧ୍ୟ ପରିବର୍ତ୍ତନ ହେବ । ମଧ୍ୟାହ୍ନ ସମୟରେ କଲେଜ ଓ ବିଶ୍ୱବିଦ୍ୟାଳୟମାନେ କୌଣସି ପ୍ରକାରର ଆଉଟଡୋର କାର୍ଯ୍ୟକ୍ରମ କରିପାରିବେ ନାହିଁ । ଯାହାବି କାର୍ଯ୍ୟକ୍ରମ କରିବେ କେବଳ ସକାଳ ସମୟରେ । ଏନେଇ ରାଜ୍ୟ ସବୁ ବିଶ୍ୱବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି ଲେଖି ନିର୍ଦ୍ଦେଶ ଦେଇଛି ।

ଅନ୍ୟପଟେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କିନ୍ତୁ ସକାଳୁଆ ସ୍କୁଲ ନେଇ କୌଣସି ଚିଠି ହୋଇନାହିଁ ।

Tags: