ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ପୋଷ୍ଟ

ଭୁବନେଶ୍ୱର : ମାତିଲେ ସାଇବର ଅପରାଧୀ । ଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି । ଗତ ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ। କିଏ ସେ ହ୍ୟାକର ଓ କେଉଁ ଉଦ୍ଦେଶ୍ୟରେ ଇନଷ୍ଟା ଆକାଉଣ୍ଟକୁ ହ୍ୟାକ୍ କରିଛି ଜଣା ପଡିନି। ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ବି ହ୍ୟାକ୍ ହୋଇଛି। ଗତକାଲି ରାତିରେ ଏକଥା ଜଣା ପଡିଥିଲା। BENTO4D […]

ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ପୋଷ୍ଟ
Samaya Live Picture
Published On

ଭୁବନେଶ୍ୱର : ମାତିଲେ ସାଇବର ଅପରାଧୀ । ଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ପୋଷ୍ଟ କରିଛନ୍ତି । ଗତ ୪ ତାରିଖରୁ ଉଚ୍ଚଶିକ୍ଷା ବିଭାଗ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ଼ ହୋଇଛି ଅଶ୍ଳୀଳ ଓ ବେଟିଂ ଭିଡ଼ିଓ। କିଏ ସେ ହ୍ୟାକର ଓ କେଉଁ ଉଦ୍ଦେଶ୍ୟରେ ଇନଷ୍ଟା ଆକାଉଣ୍ଟକୁ ହ୍ୟାକ୍ କରିଛି ଜଣା ପଡିନି।
ଉଚ୍ଚଶିକ୍ଷା ବିଭାଗର ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ କରି ଅଶ୍ଳୀଳ ଭିଡିଓ ପୋଷ୍ଟ

ସେହିପରି ରେଭେନ୍ସା ବିଶ୍ବବିଦ୍ୟାଳୟର ୱେବସାଇଟ ବି ହ୍ୟାକ୍ ହୋଇଛି। ଗତକାଲି ରାତିରେ ଏକଥା ଜଣା ପଡିଥିଲା। BENTO4D ନାଁରେ ରହିଛି ଏହି ୱେବ୍ ସାଇଟ୍ । ବିଭିନ୍ନ ପ୍ରକାର ବେଟିଂ ବା ଗ୍ୟାମ୍ବଲିଙ୍ଗ ଗେମ୍ ରହିଛି ଏହି ୱେବ୍ ସାଇଟରେ । ହ୍ୟାକକୁ ନେଇ ଚିନ୍ତାରେ ଅଛନ୍ତି ରେଭେନ୍ସା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ।ରେଭେନ୍ସା ୱେବସାଇଟକୁ କ୍ଲିକ କଲେ ଏକ ବେଟିଂ ପ୍ଲାଟଫର୍ମ ଲିଙ୍କ ଆସୁଛି। ଡେକ୍ସଟପରେ ରେଭେନ୍ସା ୱେବସାଇଟ୍ ଖୋଲିଲେ ବିଶ୍ବବିଦ୍ୟାଳୟ ସମ୍ପର୍କରେ କିଛି ତଥ୍ୟ ଆସୁନି। ମୋବାଇଲରେ ଖୋଲିଲେ BENTO4D ବେଟିଂ ଆପ୍ ଲିଙ୍କ ଆସୁଛି। ତେବେ ଏଭଳି ହ୍ୟାକ୍ ନେଇ ଉଚ୍ଚଶିକ୍ଷା ବିଭାଗ କି ରେଭେନ୍ସା କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରିନି।

Tags: