ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା : ହାଇକୋର୍ଟଙ୍କ ଅସନ୍ତୋଷ

ଭୁବନେଶ୍ଵର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା ବର୍ତ୍ତମାନ ହାଇକୋର୍ଟରେ ପହଁଚିଛି I ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ଡେଡଲାଇନକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ I ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟସୀମାକୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । ତେଣୁ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ […]

Samaya Live Picture
Published On

ଭୁବନେଶ୍ଵର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବିବାଦ ଘଟଣା ବର୍ତ୍ତମାନ ହାଇକୋର୍ଟରେ ପହଁଚିଛି I ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ଡେଡଲାଇନକୁ ନାପସନ୍ଦ କରିଛନ୍ତି ହାଇକୋର୍ଟ I ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ସମୟସୀମାକୁ ଚ୍ୟାଲେଞ୍ଜ୍ କରି ଦାୟର ଦୁଇଟି ମାମଲା ଉପରେ ଆଜି ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । ତେଣୁ ଏହି ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ବୁକିଂ କରିବା ସମ୍ଭବ ହେଉନାହିଁ । କ’ଣ ବିକଳ୍ପ ବ୍ୟବସ୍ଥା କରାଯିବ, ସେନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଆସନ୍ତା ୩୦ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଅକ୍ଟୋବର ୧ରୁ ଚେକିଂ କଡାକଡି କରିବାକୁ ପରିବହନ ବିଭାଗର ନିଷ୍ପତ୍ତି ନେଇଛି। ପରିବହନ ବିଭାଗରୁ ମତାମତ ଆଣି କୋର୍ଟରେ ଉପସ୍ଥାପନ କରିବାକୁ ସରକାରୀ ଓକିଲଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ତେବେ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ପରିବହନ କମିଶନର ଅରୁଣ ବୋଥ୍ରା। ସେ କହିଛନ୍ତି ଯେ, ସୁପ୍ରିମକୋର୍ଟ ଅର୍ଡର ଅନୁସାରେ ଏହା ଲାଗୁ ହୋଇଛି। ଓଡ଼ିଶା ସରକାର ଏହାର ଅର୍ଡର ଦେଇ ନାହାଁନ୍ତି। ୨୨ ରୁ ୨୬ଟି ରାଜ୍ୟରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁଛି।

ତେବେ ସ୍ଲଟ ବୁକିଂ ପାଇଁ ସ୍ଲଟ ମିଳୁ ନଥିବା ଅଭିଯୋଗ ପ୍ରସଙ୍ଗରେ ଅରୁଣ ବୋଥ୍ରା କହିଛନ୍ତି ଯେ, ଗତକାଲି ସୁଦ୍ଧା ୧୯ ଲକ୍ଷ ଲୋକ ବୁକିଂ କରିଛନ୍ତି। ୪୦ ଲକ୍ଷ ଗାଡି ସ୍ଲଟ ବୁକିଂ କରିବେ। ଡେଡ୍‌ଲାଇନ ବଢ଼େଇବା କଥା ଏବେ କହି ହେବନି। ହାଇକୋର୍ଟ ଅର୍ଡର ଦେଲେ ବଢିବ। ନମ୍ବର ପ୍ଲେଟର କ୍ୱାଲିଟି କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଯଦି କିଛି କାହାର ଅସୁବିଧା ହେଉଛି ପରବହନ ବିଭାଗକୁ ଜଣାନ୍ତୁ।

ସୂଚନା ଅନୁଯାୟୀ, ଯଦି ଗାଡିର ନମ୍ବର ଶେଷକୁ ୧,୨,୩,୪ ରହିଥାଏ ତେବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ୩୦ ସେପ୍ଟେମ୍ବର ଡେଡଲାଇନ ରହିଛି। ଅର୍ଥାତ ଏହି ସମୟ ମଧ୍ୟରେ ବୁକିଂ କରିଥିଲେ ଦେବାକୁ ପଡିବନି ଜରିମାନା । ସେହିଭଳି ଗାଡିର ନମ୍ବର ୫ କିମ୍ବା ୬ ରହିଥିଲେ ଅକ୍ଟୋବର ୩୧ ପର୍ୟ୍ୟନ୍ତ ଡେଡଲାଇନ ରହିଛି। ଗାଡିର ନମ୍ବର ୭ କିମ୍ବା ୮ ରହିଥିଲେ ୩୦ ନଭେମ୍ବର ଡେଡଲାଇନ ରହିଛି। ଗାଡିର ଶେଷ ନମ୍ବର ୯ କିମ୍ବା ୦ ରହିଥିଲେ ଏହାର ଡେଡଲାଇନ ୩୧ ଡିସେମ୍ବର ରହିଛି । ଅଥାର୍ତ ଧାର୍ୟ୍ୟ ସମୟ ଭିତରେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ପାଇଁ ବୁକିଂ କରିଥିଲେ ଆଉ ଗଣିବାକୁ ପଡିବନି ଜରିମାନା । ଚେକିଂ ବେଳେ କେବଳ ସ୍ଲଟ ବୁକିଂର ସ୍ଲିପ ଦେଖାଇ ଫାଇନରୁ ବର୍ତ୍ତିପାରିବେ ଲୋକେ। ସରକାର ଧାର୍ୟ୍ୟ କରିଥିବା ନିୟମ ଅନୁସାରେ, ଯେଉଁ ଗାଡି ଚାଳକ ନିୟମ ଅନୁସାରେ ସେମାନଙ୍କ ଗାଡିର ନମ୍ବର ପ୍ଲେଟ୍‌ ଲଗାଇବେ ନାହିଁ, ସେମାନଙ୍କୁ ଇ-ଚାଲାଣ ସହିତ ୫ରୁ ୧୦ ହଜାର ପର୍ୟ୍ୟନ୍ତ ଜରିମାନା ଦେବାକୁ ପଡିବ ।