ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା : ଗାଡ଼ି ଚାଳକଙ୍କୁ ମାସେ ମହଲତ
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ଅବଧିକୁ ଏକ ମାସ ବୃଦ୍ଧି କରାଯାଇଛି I ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ମାସକ ମଧ୍ୟରେ HSRP ଲାଗିନଥିବା ଗାଡି ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବନି I ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ […]
ଭୁବନେଶ୍ୱର : ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍ ସମୟସୀମାକୁ ଅବଧିକୁ ଏକ ମାସ ବୃଦ୍ଧି କରାଯାଇଛି I ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହାଇକୋର୍ଟରେ ଚାଲିଥିବା ବେଳେ ନିଜ ଆଡ଼ୁ ମାସେ ସମୟସୀମା ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି ରାଜ୍ୟ ସରକାର। ଅର୍ଥାତ ମାସକ ମଧ୍ୟରେ HSRP ଲାଗିନଥିବା ଗାଡି ବିରୋଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ହେବନି I
ଏନେଇ ଆଜି ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିବେ । ଏଥିସହ ସ୍ଲଟ ବୁକିଂ ପାଇଁ ପ୍ରବଳ ଭିଡ଼ ହେଉଥିବାରୁ ପୋଷ୍ଟ ଅଫିସ୍, ଜନସେବା କେନ୍ଦ୍ରକୁ ସାମିଲ୍ ପାଇଁ ପ୍ରସ୍ତାବ ଦିଆଯାଇଛି । ଆବଶ୍ୟକ ସ୍ଥଳେ କ୍ୟାମ୍ପ କରାଯିବାର ବ୍ୟବସ୍ଥା ହୋଇପାରେ । ଆସନ୍ତା ଅକ୍ଟୋବର ୨୬ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।
ସୂଚନାନୁସାରେ ଯେଉଁମାନଙ୍କ ଗାଡ଼ିର ଶେଷ ଅଙ୍କ ୧, ୨, ୩, ୪ ରହିଥିଲା ସେମାନଙ୍କ ପାଇଁ ଆଜି ଡେଡ଼ ଲାଇନ ରହିଥିଲା I ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ଲାଗୁ କରାଯିବାକୁ ବିରୋଧ କରି ୨ ବସ୍ ମାଲିକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି ଆବଶ୍ୟକୀୟ ଭିତ୍ତିଭୂମି ବିନା ଡେଡ୍ ଲାଇନ ଧାର୍ଯ୍ୟକୁ ନାପସନ୍ଦ କରିଥିଲେ ହାଇକୋର୍ଟ। I ଏଥିପାଇଁ କଣ ବିକଳ୍ପ ବ୍ୟବସ୍ଥା କରାଯିବ ବୋଲି ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ ହାଇକୋର୍ଟ। ତେବେ ଆଜି ସରକାର ତାଙ୍କ ନିଷ୍ପତ୍ତିରେ ୟୁଟର୍ଣ୍ଣ ମାରିଛନ୍ତି। ହାଇସିକ୍ୟୁରିଟି ନମ୍ଵର ପ୍ଲେଟ ଅବଧିକୁ ଆଉ ଏକ ମାସ ବୃଦ୍ଧି କରିଛନ୍ତି।
ସୂଚନାନୁଯାୟୀ, ଧାର୍ଯ୍ୟ ସମୟସୀମା ପୂର୍ବରୁ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ (ଏଚ୍ଏସ୍ଆରପି) ଲଗାଇବା ପାଇଁ ଯେଉଁମାନେ ସ୍ଲଟ୍ ବୁକିଂ ପାଇଁ ଆବେଦନ କରିଥିବେ ସେମାନଙ୍କୁ ଆଉ ଜରିମାନା ଦେବାକୁ ପଡ଼ିବ ନାହିଁ । ନମ୍ବର ପ୍ଲେଟ୍ ଲାଗିନଥିଲେ ମଧ୍ୟ ଯାଞ୍ଚ୍ ସମୟରେ ସ୍ଲଟ୍ ବୁକିଂ କାଗଜପତ୍ର ଦେଖାଇଲେ ସଂପୃକ୍ତ ଗାଡ଼ିମାଲିକଙ୍କ ବିରୋଧରେ କୌଣସି ଇ-ଚାଲାଣ କଟାଯିବ ନାହିଁ ଓ ସେ ଜରିମାନାରୁ ଛାଡ଼ ପାଇବେ ବୋଲି ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ) ଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ।




