ପୁରୁଣା ଗାଡିରେ ଲାଗିବ ନୂଆ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ୍‌

ଭୁବନେଶ୍ବର: ମଇ ୦୪: ଏବେ ନୂଆ ଗାଡିରେ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌ ଲଗାଯାଉଛି । କିନ୍ତୁ ବହୁତ ପୁରୁଣା ଗାଡି ଏପରି ମଧ୍ୟ ରହିଛି ଯେଉଁଥିରେ ଏପରି ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌ ଲାଗିନି । ଏଥିପାଇଁ ଅନେକ ଚୋରୀ ଘଟଣା ଘଟିଥାଏ । ସେଥିପାଇଁ ସରକାର ଏବେ ପୁରୁଣା ଗାଡିମାନଙ୍କରେ ମଧ୍ୟ ନୂଆ ନମ୍ବର ପ୍ଲେଟ୍‌ ଲଗେଇବାକୁ ଯୋଜନା ଆରମ୍ଭ କରିଛନ୍ତି । ଏବେ ଯେଉଁ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ୍ ଲାଗିଛି ସେଗୁଡ଼ିକୁ […]

Samaya Live Picture
Published On

ଭୁବନେଶ୍ବର: ମଇ ୦୪: ଏବେ ନୂଆ ଗାଡିରେ ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌ ଲଗାଯାଉଛି । କିନ୍ତୁ ବହୁତ ପୁରୁଣା ଗାଡି ଏପରି ମଧ୍ୟ ରହିଛି ଯେଉଁଥିରେ ଏପରି ହାଇ ସିକୁ୍ୟରିଟି ନମ୍ବର ପ୍ଲେଟ୍‌ ଲାଗିନି । ଏଥିପାଇଁ ଅନେକ ଚୋରୀ ଘଟଣା ଘଟିଥାଏ । ସେଥିପାଇଁ ସରକାର ଏବେ ପୁରୁଣା ଗାଡିମାନଙ୍କରେ ମଧ୍ୟ ନୂଆ ନମ୍ବର ପ୍ଲେଟ୍‌ ଲଗେଇବାକୁ ଯୋଜନା ଆରମ୍ଭ କରିଛନ୍ତି । ଏବେ ଯେଉଁ ଗାଡ଼ିରେ ପୁରୁଣା ନମ୍ବର ପ୍ଲେଟ୍ ଲାଗିଛି ସେଗୁଡ଼ିକୁ ଗାଡ଼ି ଚୋରମାନେ ସହଜରେ ବଦଳାଇ ପାରୁଛନ୍ତି। ଏପରିକି କିଛି ଲୋକ ଜରିମାନାରୁ ବର୍ତ୍ତିବା ପାଇଁ ଗୋଟିଏ ନମ୍ବର ଲିଭାଇ ଦେଉଛନ୍ତି । ନଚେତ୍ ନମ୍ବରପ୍ଲେଟ୍କୁ ନଷ୍ଟ କରିଦେଉଛନ୍ତି। ଫଳରେ ଅନଲାଇନ୍ ଚାଲଣ କଟାବେଳେ ଅସୁବିଧା ହେଉଛି। ଏପରିକି ଗାଡ଼ି ନମ୍ବର ବଦଳାଇ ଲୁଟେରାମାନେ ଦିନ ଦ୍ବିପ୍ରହରରେ ଲୁଟ୍ କରୁଥିଲେ ହେଁ ପୁଲିସ ଟେର୍ ପାଉନି। ଏନେଇ ଆସନ୍ତା ୬ ତାରିଖରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ।