ଗୃହ ନିର୍ମାଣ ପାଇଁ ହାଇସ୍କୁଲ ଶିକ୍ଷକଙ୍କୁ ମିଳିବ ଟଙ୍କା
ଭୁବନେଶ୍ୱର : ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରିମ ଟଙ୍କା । ନୂଆ ଜମି ଓ ଘର କିଣିବା ପାଇଁ ମିଳିବ ଟଙ୍କା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ DEO ମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି । ନୂଆ ଜମି ଓ ଘର କିଣିବା ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ। […]
ଭୁବନେଶ୍ୱର : ହାଇସ୍କୁଲ ଶିକ୍ଷକ ଏବଂ କର୍ମଚାରୀଙ୍କୁ ଗୃହ ନିର୍ମାଣ ପାଇଁ ମିଳିବ ଅଗ୍ରିମ ଟଙ୍କା । ନୂଆ ଜମି ଓ ଘର କିଣିବା ପାଇଁ ମିଳିବ ଟଙ୍କା । ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ DEO ମାନଙ୍କୁ ଚିଠି ଦ୍ୱାରା ଅବଗତ କରାଯାଇଛି ।
ନୂଆ ଜମି ଓ ଘର କିଣିବା ପାଇଁ ଆବେଦନକାରୀଙ୍କୁ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି। ନୂଆ ଜମି କ୍ରୟ ପାଇଁ ଆବେଦନ କରିଥିବା ଶିକ୍ଷକ ତଥ୍ୟ ଦେବେ। ଜମିର ମୂଲ୍ୟ ଓ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ। ସେହିପରି ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀମାନେ ଯଦି ପୁରୁଣା ଜମିରେ ନୂଆ କୋଠା ନିର୍ମାଣ କରୁଥିବେ କିମ୍ବା ନିର୍ମିତ ହୋଇଥିବା କୋଠା କିଣିବା ଲାଗି ଚାହୁଁଥିବେ ତାଙ୍କୁ ମଧ୍ୟ ଅଗ୍ରୀମ ଅର୍ଥ ମିଳିବ ।




