ଖରିଫ ଧାନ ଫସଲ ସଂଗ୍ରହ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ । ୨୨ ତାରିଖରେ ସମ୍ବଲପୁରରୁ ଧାନ ସଂଗ୍ରହ ହେବ । ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ । ସେହି ମଣ୍ଡିଗୁଡିକରେ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିବ । ଏହି ବୃହତ ମଣ୍ଡିଗୁଡିକୁ ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ […]
ଭୁବନେଶ୍ୱର : ଆସନ୍ତା ୨୦ ତାରିଖରୁ ବରଗଡ଼ରୁ ମଣ୍ଡିରେ ଧାନ ସଂଗ୍ରହ ଆରମ୍ଭ ହେବ । ୨୨ ତାରିଖରେ ସମ୍ବଲପୁରରୁ ଧାନ ସଂଗ୍ରହ ହେବ । ଅନ୍ୟ ଜିଲ୍ଲାରେ ଜିଲ୍ଲାପାଳମାନେ ଧାନ ସଂଗ୍ରହ ପାଇଁ କାର୍ଯ୍ୟସୂଚୀ ନିର୍ଦ୍ଧାରଣ କରିବେ। ଚଲିତବର୍ଷ ରାଜ୍ୟରେ ୨୦୦ ବୃହତ ମଣ୍ଡି ପ୍ରତିଷ୍ଠା ହେବ । ସେହି ମଣ୍ଡିଗୁଡିକରେ ୪ ହଜାର ମେଟ୍ରିକ ଟନରୁ ଅଧିକ ଧାନ ସଂଗ୍ରହ କ୍ଷମତା ରହିବ ।
ଏହି ବୃହତ ମଣ୍ଡିଗୁଡିକୁ ଅଟୋମେଟିକ ଗ୍ରେନ ଆନାଲାଇଜର ମେସିନ ପ୍ରଦାନ ହୋଇସାରିଛି । ଏହା ସହ ଆର୍ଦ୍ରତା ପରୀକ୍ଷଣ ମେସିନ ବ୍ୟବସ୍ଥା କରାଯାଇଛି ବୋଲି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ସୂଚନା ଦେଇଛନ୍ତି। ରବିବାର ଲୋକସେବା ଭବନରେ ଚଳିତ ବର୍ଷ ଖରିଫ ଋତୁ ପାଇଁ ଧାନ ସଂଗ୍ରହ ବ୍ୟବସ୍ଥା ନେଇ ମନ୍ତ୍ରୀ ଓ ସଚିବସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯିବା ସହ ସମସ୍ତ ପ୍ରକାର ଅନିୟମିତତା, ଦଲାଲି, କଟନୀ ଛଟନୀକୁ ବନ୍ଦ କରି ଚାଷୀଙ୍କୁ ସେମାନଙ୍କ ଫସଲର ଉଚିତ ମୂଲ୍ୟ ପ୍ରଦାନ କରାଯିବ ।
ପ୍ରଥମ ଥର ପାଇଁ ଧାନର ସର୍ବନିମ୍ନ ୟହାୟକ ମୂଲ୍ୟ ଉପରେ ୮୦୦ ଟଙ୍କା ଅଧିକ ଦିଆଯିବ ବୋଲି କହିଛନ୍ତି କନକବର୍ଦ୍ଧନ ସିଂହଦେଓ । ଆସନ୍ତା ୮ ତାରିଖରୁ ବରଗଡ଼ ଜିଲ୍ଲା ସୋହେଲାରୁ ବଣ୍ଟନ ଆରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ, ସମବାୟ ମନ୍ତ୍ରୀ, ବିଭାଗୀୟ ପ୍ରମୁଖ ଶାସନ ସଚିବ , କମିଶନର ତଥା ସଚିବ ପ୍ରମୁଖ ଯୋଗ ଦେଇଥିଲେ ।




