ଅନୁଭବଙ୍କୁ ଆଶ୍ବସ୍ତି,NBW ଉପରେ ହାଇକୋର୍ଟଙ୍କ ରୋକ

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରୱାନା (NBW) ଉପରେ ରୋକ ଲଗାଇଲେ ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ I ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ NBW ଜାରି କରିଥିଲେ । ସୂଚନାନୁସାରେ, ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏକ ମାମଲା ଦାୟର କରାଯାଇଥିଲା । […]

Samaya Live Picture
Published On

କଟକ : ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କୁ ବଡ଼ ଆଶ୍ୱସ୍ତି । ଜାମିନ ବିହୀନ ଗିରଫ ପରୱାନା (NBW) ଉପରେ ରୋକ ଲଗାଇଲେ ହାଇକୋର୍ଟ । ଏନେଇ ହାଇକୋର୍ଟରେ ଆବେଦନ କରିଥିଲେ ଅନୁଭବ I ଅଭିନେତ୍ରୀ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ କ୍ରମେ କଟକ ଜେଏମଏଫସି କୋର୍ଟ ଅନୁଭବଙ୍କ ବିରୋଧରେ NBW ଜାରି କରିଥିଲେ ।

ସୂଚନାନୁସାରେ, ଘରୋଇ ହିଂସାକୁ ନେଇ ଅଭିନେତ୍ରୀ ବର୍ଷାଙ୍କ ତରଫରୁ ପୁରୀଘାଟ ଥାନାରେ ଏକ ମାମଲା ଦାୟର କରାଯାଇଥିଲା । ଏଥିପାଇଁ ଗତ ମେ ୮ ତାରିଖ ଦିନ ଅଭିନେତା ଅନୁଭବଙ୍କ ନାମରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଯାଇଥିଲା । ତେବେ ବ୍ୟକ୍ତିଗତ କାରଣ ଦର୍ଶାଇ ଅନୁଭବ ସମୟ ମାଗିଥିବା ବେଳେ ଉକ୍ତ ଆବେଦନକୁ ଗ୍ରହଣ କରି କୋର୍ଟ ଅନୁଭବଙ୍କୁ ସମୟ ଦେଇଥିଲେ । ବାରମ୍ବାର ସମୟ ମାଗିବା ସହ କୋର୍ଟରେ ହାଜର ନ ହେବା ଯୋଗୁ ଶେଷରେ କୋର୍ଟ ଅନୁଭବଙ୍କ ବିରୋଧରେ ଏନବିଡବ୍ଲ୍ୟୁ ଜାରି କରିଥିଲେ । ଏହାକୁ ଅନୁଭବ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିବା ବେଳେ ବର୍ତମାନ ତାଙ୍କୁ ଆଶ୍ୱସ୍ତି ମିଳିଛି ।

Tags: