ହାଇକୋର୍ଟଙ୍କ ବଡ଼ ରାୟ, ପୂରଣ ହେବ ନର୍ସ ପଦବୀ
କଟକ : ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ରାଜ୍ୟରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ ସଂରକ୍ଷିତ ରଖାଯିବ। ଅନ୍ୟ ପଦ ଗୁଡିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ପ୍ରକ୍ରିୟା ଆରମ୍ଭ ହେଲେ ମୋଟ ୭୪୮୩ଟି ନର୍ସ […]
କଟକ : ନର୍ସ ନିଯୁକ୍ତି ପ୍ରକ୍ରିୟା ଉପରେ ଲାଗିଥିବା ଅଙ୍କୁଶ ହଟିଛି। ରାଜ୍ୟରେ ୭୪୮୩ ନର୍ସିଂ ଅଫିସର ପଦବୀ ପୂରଣ ପାଇଁ ବାଟ ଫିଟିଛି। ନିଯୁକ୍ତି ପ୍ରକ୍ରିୟା ଉପରେ ପୂର୍ବରୁ ଜାରି ହୋଇଥିବା ଅନ୍ତରୀଣ ନିର୍ଦେଶରେ ପରିବର୍ତ୍ତନ କରିଛନ୍ତି ହାଇକୋର୍ଟ। କେବଳ ଆବେଦନକାରୀ ଫାର୍ମାସିଷ୍ଟଙ୍କ ପାଇଁ ନିର୍ଦ୍ଦିଷ୍ଟ ପଦ ସଂରକ୍ଷିତ ରଖାଯିବ। ଅନ୍ୟ ପଦ ଗୁଡିକରେ ସରକାର ନିଯୁକ୍ତି ଦେଇପାରିବେ ବୋଲି ହାଇକୋର୍ଟ ସ୍ପଷ୍ଟ କରିଛନ୍ତି। ତେବେ ଏହି ପ୍ରକ୍ରିୟା ଆରମ୍ଭ ହେଲେ ମୋଟ ୭୪୮୩ଟି ନର୍ସ ପଦ ପୂରଣ ହେବ ।
ସୂଚନାନୁସାରେ,କୋଭିଡ ସମୟରେ ନିଯୁକ୍ତି ପାଇଥିବା କିଛି ପାରା ମେଡିକାଲ ଷ୍ଟାଫଙ୍କୁ ଉପେକ୍ଷା କରାଯାଇ,ନୂତନ ନିଯୁକ୍ତି ଆରମ୍ଭ ହୋଇଥିଲା I ତେବେ କୋଭିଡ ସମୟରେ ସେମାନେ କାମ କରିଥିବାରୁ ଅଗ୍ରାଧିକାର ଭିତ୍ତିରେ ସେମାନଙ୍କୁ ନିଯୁକ୍ତି ଦିଆଯାଉ ବୋଲି କୋର୍ଟରେ ଆବେଦନ କରିଥିଲେ କିଛି ପ୍ରାର୍ଥୀ I ଏଥିପାଇଁ ୩୦ଟି ଜିଲା ଏବଂ ୩ଟି ମେଡିକାଲ କଲେଜରେ ନିଯୁକ୍ତି ପ୍ରକ୍ରିୟା ଉପରେ ଗତ ମେ ମାସ ୧ ତାରିଖରେ ନୂଆ ନିଯୁକ୍ତି ଉପରେ ରୋକ ଲଗାଇଥିଲେ ହାଇକୋର୍ଟ ।




