ORHDC ଦୁର୍ନୀତି ମାମଲାରେ ମୋକିମଙ୍କୁ ହାଇକୋର୍ଟର ଝଟ୍‌କା

କଟକ : ବାରବାଟୀ କଟକ ବିଧାୟକଙ୍କୁ ହାଇକୋର୍ଟ ର ଝଟକା I ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି I ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ମୋକିମ୍‌‌ ଦୋଷୀ ସାବ୍ୟସ୍ତ ହେବା ସହ ୩ବର୍ଷ ଜେଲ ଦଣ୍ଡାଦେଶର ରାୟ ଶୁଣାଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଛନ୍ତି ହାଇକୋର୍ଟ । ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ […]

Samaya Live Picture
Published On

କଟକ : ବାରବାଟୀ କଟକ ବିଧାୟକଙ୍କୁ ହାଇକୋର୍ଟ ର ଝଟକା I ଭିଜିଲାନ୍ସ କୋର୍ଟଙ୍କ ନିର୍ଦେଶକୁ ହାଇକୋର୍ଟ କାଏମ ରଖିଛନ୍ତି I ଓଆରଏଚଡିସି ଦୁର୍ନୀତି ମାମଲାରେ ଭିଜିଲାନ୍ସ କୋର୍ଟରେ ମୋକିମ୍‌‌ ଦୋଷୀ ସାବ୍ୟସ୍ତ ହେବା ସହ ୩ବର୍ଷ ଜେଲ ଦଣ୍ଡାଦେଶର ରାୟ ଶୁଣାଇଥିଲେ। ଭିଜିଲାନ୍ସ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ତାଙ୍କ ଆବେଦନକୁ ଖାରଜ କରି ନିମ୍ନ ଅଦାଲତଙ୍କ ରାୟକୁ କାଏମ୍‌ ରଖିଛନ୍ତି ହାଇକୋର୍ଟ ।

ଓଆରଏଚଡିସି ଋଣ ଦୁର୍ନୀତି ମାମଲାରେ ମହମ୍ମଦ ମୋକିମଙ୍କୁ ୨୦୨୨ ଅକ୍ଟୋବର ମାସରେ ୩ ବର୍ଷର ସଶ୍ରମ କାରାଦଣ୍ଡାଦେଶ ସଜା ଶୁଣାଇଥିଲେ ଭୁବନେଶ୍ବର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟ I ମୋକିମ୍‌ଙ୍କ ସହିତ ପୂର୍ବତନ ଆଇଏଏସ୍‌ ଅଫିସର ବିନୋଦ କୁମାର, କମ୍ପାନୀ ସେକ୍ରେଟାରୀ ସ୍ୱସ୍ତିରଂଜନ ମହାନ୍ତି ଓ ମେଟ୍ରୋ ବିଲଡର୍ସର ନିର୍ଦ୍ଦେଶକ ପୀୟୂଷ ମହାନ୍ତିଙ୍କୁ ମଧ୍ୟ ୩ ବର୍ଷ ଜେଲ୍‌ ଲେଖାଏଁ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ। ସେମାନଙ୍କୁ ଜେଲ୍‌ ଦଣ୍ଡ ସହ ସମସ୍ତଙ୍କ ଉପରେ ୫୦ ହଜାର ଟଙ୍କା ଲେଖାଏଁ ଜରିମାନା ଲଗାଇଥିଲେ । ଜରିମାନା ଅନାଦେୟ ହେଲେ ସେମାନେ ଅଧିକ ୬ ମାସ ଜେଲ୍‌ରେ ରହିବେ ବୋଲି କୋର୍ଟ ତାଙ୍କ ରାୟରେ କହିଥିଲେ। ଏହାକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ ମହମ୍ମଦ ମୋକିମ I ପୂର୍ବରୁ ମୋକିମଙ୍କ ଆବେଦନକୁ ଗ୍ରହଣ କରିବା ସହ ହାଇକୋର୍ଟ ମାମଲାର ଶୁଣାଣି କରି ମୋକିମଙ୍କୁ ଜାମିନ ପ୍ରଦାନ କରିଥିଲେ।

Tags: