ଗନ୍ଧମାର୍ଦ୍ଧନ ଲୋଡ଼ିଂ ମାମଲା ୨ ଅଭିଯୁକ୍ତଙ୍କ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ
ଭୁବନେଶ୍ୱର : ଗନ୍ଧମାର୍ଦ୍ଦନ ଲୋଡ଼ିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ରାଜା ଚକ୍ରଙ୍କ ସହିତ ସହଯୋଗୀ ସୁଶାନ୍ତ ସମାଲର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ଗିରଫ ହୋଇ ଉଭୟେ ଜେଲରେ ଥିବାବେଳେ ହାଇକୋର୍ଟରେ ଉଭୟ ଜାମିନ ଆବେଦନ କରିଥିଲେ । ସୂଚନାନୁସରେ,କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ କୋଟି କୋଟି ଟଙ୍କା ହେରଫେର ମାମଲାରେ ରାଜା ଚକ୍ରଙ୍କ ସହିତ ତାଙ୍କ ସହଯୋଗୀ ଗିରଫ କରାଯାଇଥିଲା । ଏନେଇ ଚଳିତ […]
ଭୁବନେଶ୍ୱର : ଗନ୍ଧମାର୍ଦ୍ଦନ ଲୋଡ଼ିଂ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିଜେଡି ନେତା ରାଜା ଚକ୍ରଙ୍କ ସହିତ ସହଯୋଗୀ ସୁଶାନ୍ତ ସମାଲର ଜାମିନ ଆବେଦନ ଖାରଜ କରିଛନ୍ତି ହାଇକୋର୍ଟ । ଏହି ମାମଲାରେ ଗିରଫ ହୋଇ ଉଭୟେ ଜେଲରେ ଥିବାବେଳେ ହାଇକୋର୍ଟରେ ଉଭୟ ଜାମିନ ଆବେଦନ କରିଥିଲେ ।
ସୂଚନାନୁସରେ,କେନ୍ଦୁଝର ଜିଲ୍ଲା ଶୁଆକାଟୀ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସୀରେ କୋଟି କୋଟି ଟଙ୍କା ହେରଫେର ମାମଲାରେ ରାଜା ଚକ୍ରଙ୍କ ସହିତ ତାଙ୍କ ସହଯୋଗୀ ଗିରଫ କରାଯାଇଥିଲା । ଏନେଇ ଚଳିତ ବର୍ଷ ଏପ୍ରିଲ ମାସରେ ଲୋଡିଂ ଏଜେନ୍ସିର ସଦସ୍ୟ କେନ୍ଦୁଝର ସଦର ଥାନାରେ ଏକ ଅଭିଯୋଗ କରିଥିଲେ । ଏହାକୁ ନେଇ କେନ୍ଦୁଝର ସଦର ଥାନା ପକ୍ଷରୁ ଏକ ମାମଲା ରୁଜୁ ହୋଇଥିଲା । ପରେ ଏହି ମାମଲାଟିକୁ ସିଆଇଡି- ସିବିକୁ ହସ୍ତାନ୍ତର କରାଯାଇଥିଲା । ଏହାପରେ ଇଓଡବ୍ଲୁ ପଞ୍ଝାରେ ଫସିଥିଲେ ରାଜା ଚକ୍ର । ଇଓଡବ୍ଲୁ ତଦନ୍ତବେଳେ ରାଜା ଚକ୍ର ଏବଂ ତାଙ୍କ ପତ୍ନୀଙ୍କ ସହିତ ପରିବାର ସଦସ୍ୟଙ୍କ ନାଁରେ ଜମିବାଡ଼ି ଜାଲିଆତି ସହ ଅନୈତିକ ଉପାୟରେ ବହୁ ଅର୍ଥ ହେରଫେର ହୋଇଥିବା ଜଣା ପଡିଥିଲା ।




